ଆଜି ଶ୍ରୀଜିଉଙ୍କର ନବଯୌବନ ଦର୍ଶନ । ୧୫ ଦିନର ଅନବସର ପରେ ଆଜି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ତିନି ଠାକୁର । ଦୁଇ ବର୍ଷ ପରେ ନବଯୌବନ ଦର୍ଶନ ଲାଗି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ । ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମେ ଏକ ଘଣ୍ଟା ପରିମାଣିକ ଦର୍ଶନ ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଏହାପରେ ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ରହିଛି । ବିଶେଷ ନୀତି ପାଇଁ ପୂର୍ବାହ୍ନ ୧୦ଟା୩୦ରୁ ଅପରାହ୍ନ ୨ଟା , ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସଂଧ୍ୟା ୬ଟା ୩୦ରୁ ରାତି ୯ଟା ଯାଏ ଏବଂ ରାତି ୧୦ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ମଧ୍ୟ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନ ୨ଟାରୁ ୩ଟା ପର୍ଯ୍ୟନ୍ତ ଏକ ଘଣ୍ଟା ଏବଂ ସଂଧ୍ୟା ୬ଟାରୁ ୬ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଉପଲବ୍ଧ ରହିବ । ରାତି ୯ଟାରୁ ୧୦ଟା ୩୦ ଏବଂ ରାତି ୧୧ଟା ୩୦ରୁ ୧୨ଟା ୩୦ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ଉପଲବ୍ଧ ହେବ । ନବଯୌବନ ଦର୍ଶନ ପୂର୍ବରୁ ଗତକାଲି ଶ୍ରୀଜିଉଙ୍କର ବନକଲାଗି ଏବଂ ଚନ୍ଦନଲାଗି ନୀତି କରାଯାଇଥିଲା । ଆଜି ମହାପ୍ରଭୁଙ୍କର ନବଯୌବନ ଦର୍ଶନ ସହ ନେତ୍ର ଉତ୍ସବ ଅନୁୂଷ୍ଠିତ ହେବ । ଆସନ୍ତାକାଲି ହେବ ମହାପ୍ରଭୁଙ୍କର ଉଭା ଯାତ୍ରା । ଉଭା ଯାତ୍ରା ଦିନ ସଂଧ୍ୟା ୫ଟା ପରେ ମହାପ୍ରଭୁଙ୍କର ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ ।