ଧଉଳି ନାବାଳିକା ଦୁଷ୍କର୍ମ ଘଟଣାକୁ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିନ୍ଦା କରିଛନ୍ତି । ଆଇନ ମନ୍ତ୍ରୀ ନାବାଳିକା ଦୁଷ୍କର୍ମ ଘଟଣାରେ ପ୍ରତିକ୍ରିୟା ରଖି କହିଛନ୍ତି ଏହା ଅତ୍ୟନ୍ତ କଦର୍ଯ୍ୟ ଘଟଣା । ସରକାରଙ୍କ ନଜରକୁ ଏହି ଘଟଣା ଆସିଛି । କୌଣସି ବି ଅପରାଧ ହେଉ, ବିଶେଷକରି ମହିଳା ସଂକ୍ରାନ୍ତୀୟ ଅପରାଧ ସରକାର ତ୍ୱରିତ ପଦକ୍ଷେପ ନେଇଛନ୍ତି । ସେ ପୀତବାସ ପଣ୍ଡା ହତ୍ୟା ମାମଲା ହେଉ କିମ୍ବା ବିଭିନ୍ନ ଅଞ୍ଚଳରେ ଘଟିଥିବା ମହିଳା ଅପରାଧ ହେଉ ସରକାର ତୁରନ୍ତ ଯଥାର୍ଥ ପଦକ୍ଷେପ ନେଇଛନ୍ତି ଏବଂ ଅପରାଧୀମାନେ ଗିରଫ ହୋଇଛନ୍ତି । ସରକାର ସମସ୍ତ ନ୍ୟାୟିକ ପ୍ରକ୍ରିୟାର ସାମ୍ନା କରିଛନ୍ତି । ଯାହା ଆବଶ୍ୟକତା ଅଛି ସରକାର ନିଶ୍ଚିତ ପଦକ୍ଷେପ ନେଇଛନ୍ତି । ସେହିପରି ମହିଳାଙ୍କୁ ତ୍ୱରିତ ନ୍ୟାୟ ଦେବାକୁ ଫାଷ୍ଟଟ୍ରାକ୍ କୋର୍ଟ ବିଷୟକୁ ସରକାର ଗୁରୁତର ସହ ନେଇଛନ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ଏହି ଘଟଣାରେ ଧଉଳି ଥାନା ପୋଲିସ କଟକ ଓଲଟପୁରର କାଳିନ୍ଦୀ ପାତ୍ର ଓ ବାଙ୍କିର ବିଭୁ ପ୍ରସାଦ ମିଶ୍ର ଗିରଫ ହୋଇଛନ୍ତି । ଏବେ ଯାଏ ମୁଖ୍ୟ ଅଭିଯୁକ୍ତ ଫେରାର ଅଛି । ରାଜ୍ୟ ମହିଳା ଆୟୋଗ ମଧ୍ୟ ମାମଲା ରୁଜୁ କରି ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here