ନୀଳଗିରିରେ ଝାଡଖଣ୍ଡି ହାତୀପଲ । ଉପଦ୍ରବ ଖେଳାଇଛନ୍ତି ୫୦ରୁ ଅଧିକ ହାତୀ । ଏହି ହାତୀ ପଲ ଗୋପାଳପୁର ଜଙ୍ଗଲ ଭିତରେ ପଶି ରହିଛନ୍ତି । ଅମଳ ସମୟରେ ଧାନ ଜମିରେ ପଶି ଏକର ଏକର ଫସଲ ସବୁ ଦଳି ମକଚି ନଷ୍ଟ କରିଦେଇଛନ୍ତି ଏହି ହାତୀ ପଲ । ଗତକାଲି ମୟୁରଭଞ୍ଚର ନାରପୁର ଜଙ୍ଗଲରେ ରହିଥିବାବେଳେ ଆଜି ସକାଳେ ସୋନ ନଈ ପାର ହୋଇ ଗୋପାଳପୁର ଜଙ୍ଗଲରେ ପଶିିଛନ୍ତି । ହାତୀପଲଙ୍କୁ ଦେଖି ଲୋକେ ଭୟଭୀତ ହୋଇ ରହିଥିବାବେଳେ ଗାଁ ଲୋକଙ୍କ ନିଦ ହଜିଯାଇଛି । ହାତୀ ପଲରେ କିଛି ଛୁଆ ହାତୀ ରହିଛନ୍ତି । ସେପଟେ ହାତୀଙ୍କୁ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here