ବୁଧବାର ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ଦୁଇଟି ମାମଲାର ରାୟ ପ୍ରକାଶ ପାଇଛି. ଦିମିରିଗୁଡା ଅଞ୍ଚଳର ଲୋକନାଥ ପାଣିଗ୍ରାହୀଙ୍କ ଜମିରୁ ଧାନ କାଟିନେବା ଓ ଗୁଡାରିର କନିଷ୍ଠ ଯନ୍ତ୍ରୀ ବିଶ୍ୱନାଥ ସାହୁ ଏବଂ ତାଙ୍କ ସହଯୋଗୀଙ୍କୁ 2001 ରେ ଅପହରଣ କରିବା ମାମଲାରେ ସବ୍ୟସାଚୀଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା. ଯାହାର ଶୁଣାଣି ବୁଧବାର ହୋଇଛି. ମାତ୍ର ଯଥେଷ୍ଟ ସାକ୍ଷୀପ୍ରମାଣ ଅଭାବରୁ ତାଙ୍କୁ ନିର୍ଦ୍ଦୋଶରେ ଖଲାସ କରାଯାଇଛି. ରାୟଗଡା ଜିଲ୍ଲା ଗୁଣପୁର ଏଡିଜେ କୋର୍ଟ ସବ୍ୟସାଚୀଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରିଛନ୍ତି. ତେବେ ଅନ୍ୟାନ୍ୟ ମାମଲାରେ ମାର୍ଚ୍ଚ 18 ଓ 19 ତାରିଖରେ ଗୁଣପୁର କୋର୍ଟରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି.

LEAVE A REPLY

Please enter your comment!
Please enter your name here