ନୂଆପଡ଼ା ଉପନିର୍ବାଚନର ଫଳାଫଳ ଆସି ସାରିଛି। ବର୍ତମାନ ସୁଦ୍ଧା ୨୫ ରାଉଣ୍ଡ ଗଣତି ସାରିଥିବା ବେଳେ ସବୁଠୁ ଆଗରେ ଏବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ରହିଛନ୍ତି। ତେବେ ଗତ ସାଧାରଣ ନିର୍ବାଚନ ଅପେକ୍ଷା ଏଥର ଉପନିର୍ବାଚନରେ ବାପା ରାଜେନ୍ଦ୍ର ଢୋଲକିଆଙ୍କ ରେକର୍ଡକୁ କାଟିଛନ୍ତି ପୁଅ ଜୟ ଢୋଲକିଆ। ଗତ ସାଧାରଣ ନିର୍ବାଚନରେ ଜୟ ଢୋଲକିଆଙ୍କ ବାପା ରାଜେନ୍ଦ୍ର ଢୋଲକିଆ ୬୧ ହଜାର ୮୨୨ ଭୋଟ୍ ପାଇଥିଲେ। ବର୍ତମାନ ସୁଦ୍ଧା ୨୫ ରାଉଣ୍ଡର ଗଣତି ଶେଷ ହୋଇଛି, ଏଥିରେ ଜୟ ଢୋଲକିଆ ୧ଲକ୍ଷ ୨୦ ହଜାର ୪୬୬ ଭୋଟ ପାଇଥିବା ବେଳେ ଦ୍ୱିତୀୟ ସ୍ଥାନରେ କଂଗ୍ରେସର ଘାସିରାମ ମାଝୀ ୩୯ ହଜାର ୮୫ ଭୋଟ ପାଇଛନ୍ତି। ସେହିପରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୩୭ହଜାର ୪୬୪ ଭୋଟ ।

LEAVE A REPLY

Please enter your comment!
Please enter your name here