ଗୁରୁବାର ନୂଆଦିଲ୍ଲୀରେ ନୂତନ ଓଡ଼ିଶା ଭବନର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।ଶିଳାନ୍ୟାସ ଅବସରରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଏବଂ ସାଂସଦ ପ୍ରଦୀପ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚାଣକ୍ୟପୁରୀ ସ୍ଥିତ କୌଟିଲ୍ୟ ମାର୍ଗରେ ଓଡ଼ିଶା ଭବନ କୋଠା ପାଇଁ ଶିଳାନ୍ୟାସ ଓ ଭୂମି ପୂଜନ କରିଛନ୍ତି ।ଗତବର୍ଷ ପୁରୁଣା ଓଡ଼ିଶା ଭବନକୁ ଭଙ୍ଗା ଯାଇଥିଲା କାରଣ କୋଠାଟି ବହୁତ ପୁରୁଣା ହୋଇଯାଇଥିବାରୁ ଓଡ଼ିଶା ସରକାର ନୂତନ କୋଠା ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ୯୩ କୋଟି ୨୭ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ୪୩ ଏକର ଜମିରେ ଓଡ଼ିଶା ଅସ୍ମିତା, ସଂସ୍କୃତି ,କଳା, ପରମ୍ପରା ସହ ଆଧୁନିକ ଶୈଳୀରେ ଏହି ଭବନ ନିର୍ମାଣ କରାଯିବ । ୭ ମହଲା ବିଶିଷ୍ଟ ଏହି କୋଠାରେ ସମୁଦାୟ ୪୫ଟି କୋଠରୀ ରହିବ ।














