ଗୁରୁବାର ପାକିସ୍ତାନର କରାଚିରେ ଏକ ଆପାର୍ଟମେଣ୍ଟରେ ଗ୍ୟାସ ଲିକରୁ ହୋଇଛି ବଡ ବିସ୍ଫୋରଣ । ବିସ୍ଫୋରଣ ଫଳରେ କୋଠା ଭୁଶୁଡିବାରୁ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ମଧ୍ୟ ହୋଇଛନ୍ତି । ସ୍ଥାନୀୟ ପୋଲିସ ରିଜୱାନ ପଟେଲ କହିଛନ୍ତି ଯେ, “ଏହି ବିସ୍ଫୋରଣ ସିନ୍ଧ ପ୍ରାନ୍ତର ରାଜଧାନୀ କରାଚିରେ ଏକ ଆବାସୀୟ ଅଞ୍ଚଳରେ ଘଟିଛି । ଘଟଣାସ୍ଥଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି । କେଉଁ କାରଣରୁ ଗ୍ୟାସ୍ ବିସ୍ଫୋରଣ ଘଟିଲା ତାର ସନ୍ଧାନ କରାଯାଉଅଛି । ଅତଡା ହଟାଯାଇ ଲୋକଙ୍କୁ ଉଦ୍ଧାର କରାଯାଉଛି।” ଗୁରୁବାର ସକାଳେ ଏକ କୋଠାରେ ଗ୍ୟାସ୍ ଲିକ୍ ହେବା କାରଣରୁ ବିସ୍ଫୋରଣ ଘଟିଥିବା କୁହାଯାଉଛି । ଏଥିରେ ମହିଳା ୧୬ ଜଣଙ୍କ ମୃତ୍ୟୁ ଘଟିଛି । ବିସ୍ଫୋରଣ ଭୋର ସକାଳ ପ୍ରାୟ ୪ଟା ୩୦ରେ ପ୍ରଥମ ମହଲାରେ ଘଟିଛି । ମୃତକଙ୍କ ମଧ୍ୟରେ ୯ ଟି ଛୋଟ ପିଲା ମଧ୍ୟ ଅଛନ୍ତି । ସୁଚନା ଅନୁଯାୟୀ,ପାକିସ୍ତାନର କରାଚି ସହରରେ ଗ୍ୟାସ୍ ଅଭାବ କାରଣରୁ ନିମ୍ନ ଆୟ ବର୍ଗ ଅଞ୍ଚଳରେ ଲୋକେ ନିଜ ଘରେ ତରଳ ପେଟ୍ରୋଲିୟମ ଗ୍ୟାସ ସିଲିଣ୍ଡରର ବ୍ୟବହାର କରନ୍ତି ଯେଉଁ କାରଣରୁ ଏତେ ବଡ଼ ବିସ୍ଫୋରଣ ଘଟିଲା।














