ପାକିସ୍ତାନ ପୁଣିଥରେ ଅସ୍ତ୍ରବିରତି ଉଲଂଘନ କରିଛି। ଅକ୍ଟୋବର ୨୬ ଓ ୨୭ ରାତିରେ ଜମ୍ମୁ କାଶ୍ମୀରର ନିୟନ୍ତ୍ରଣ ରେଖା ସୀମାରେ ଥିବା ଲୀପା ଘାଟିରେ ପାକ ସେନା ଗୁଳି ଏବଂ ମୋର୍ଟାର ମାଡ଼ ଚାଲାଇଥିଲା। ଭାରତୀୟ ସେନା ପାକିସ୍ତାନକୁ କଡ଼ା ଜବାବ ଦେଇଛି । ପୁଣି ଥରେ ରାତିର ଅନ୍ଧାରର ଫାଇଦା ଉଠାଇ ଭାରତୀୟ ସେନାଙ୍କୁ ଟାର୍ଗେଟ୍ କରାଯାଇଥିଲା । କିନ୍ତୁ ପାକିସ୍ତାନର ଏଭଳି କାଣ୍ଡକୁ ବିଫଳ କରିଥିଲେ ଭାରତୀୟ ଯବାନ । ଗତ କିଛି ଦିନ ହେବ ପାକିସ୍ତାନ ଅଶାନ୍ତି ଅବସ୍ଥାରେ ରହିଛି। ନିଜ ଆକାଶ ସୀମାର କେନ୍ଦ୍ରୀୟ ଓ ଦକ୍ଷିଣ ଅଂଶରେ ଏୟାର ଟ୍ରାଫିକ ରୁଟ୍ସ ଗୁଡ଼ିକରେ ରୋକ୍ ଲଗାଇବାକୁ ପାକିସ୍ତାନ ନୋଟିସ୍ ଜାରି କରିଛି ।ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟକର ଯେ ଭାରତ ସୀମାରେ ଟ୍ରାଇ-ସର୍ଭିସେସ୍ ଏକ୍ସରସାଇଜ, ତ୍ରିଶୂଳ ପାଇଁ ପ୍ରସ୍ତୁତି କରୁଥିବା ବେଳେ ପାକିସ୍ତାନ ଏହି ନୋଟିସ ଜାରି କରିଛି ।














