ଥମୁନି ହାତୀ ଆତଙ୍କ. ଦିନକୁ ଦିନ ବଢିଚାଲିଛି ହାତୀଙ୍କ ତାଣ୍ଡବ. କେତେବେଳେ ହାତୀ କେଉଁ ଗାଁରେ ପଶି ଫସଲ ନଷ୍ଟ କରୁଛନ୍ତି ତ ଆଉ କେଉଁଠି କାହାର ଜୀବନ ନେଉଛନ୍ତି. ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ନୀଳଗିରି ଔପଦା ବ୍ଲକ ଢୋଲପୁର ଗାଁରେ. ଗତକାଲି ବିଳମ୍ବିତ ରାତିରେ ଢୋଲପୁର ଗାଁରେ ପଶି ଜଣଙ୍କ ଘର କାନ୍ଥ ଭାଙ୍ଗି ଧାନ ଚାଉଳ ଖାଇବା ସହ ବାସନ କୁସନ ମଧ୍ୟ ଭାଙ୍ଗି ଦେଇଥିଲେ. ହାତୀକୁ ଦେଖି ଗାଁ ଲୋକେ ହୁରୀ ମାରିବାରୁ ସେମାନେ ଫେରିଯାଇଥିଲେ. ଆଉ ଅଳ୍ପକେ ବର୍ତ୍ତି ଯାଇଥିଲେ ବୃଦ୍ଧ ଦମ୍ପତି ପ୍ରଭାକର ପାତ୍ର ଓ ତାଙ୍କ ପତ୍ନୀ ଜେମାମଣି ପାତ୍ର. ତେବେ ବାରମ୍ବାର ହାତୀ ଆତଙ୍କ ପାଇଁ ଲୋକେ ଭୟଭୀତ ହେଉଥିବା ବେଳେ ଏହାର ସ୍ଥାୟୀ  ପ୍ରତିକାର ପାଇଁ ଗ୍ରାମବାସୀ ଦାବି କରିଛନ୍ତି.

LEAVE A REPLY

Please enter your comment!
Please enter your name here