ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ପରେ ଏହା ପ୍ରଧାନ ଶିକ୍ଷକମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ପୁରୀ ଜିଲ୍ଲା ଶିକ୍ଷାଧିକାରୀ ୭୨ ଜଣ ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ପର୍ଯ୍ୟନ୍ତ ନିର୍ଦ୍ଦେଶ ପାଳନ ନ ହୋଇଛି ସେପର୍ଯ୍ୟନ୍ତ ଦରମା ବନ୍ଦ ରହିବ । ରାଜ୍ୟ ସରକାର ବିଦ୍ୟାଳୟରେ ସାପ କାମୁଡ଼ା ଏବଂ ବଜ୍ରପାତକୁ ନେଇ ସଚେତନତା ସୃଷ୍ଟି କରିବାକୁ ସଚେତନତା ଶିବିର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ଏଥିପାଇଁ ପ୍ରତି ବିଦ୍ୟାଳୟକୁ ୪୫୦୦ ଟଙ୍କା ପ୍ରଦାନ କରାଯାଇଥିଲା । କିନ୍ତୁ ପୁରୀ ଜିଲ୍ଲାରେ କିଛି ପ୍ରଧାନ ଶିକ୍ଷକ ସରକାରୀ ନିର୍ଦ୍ଦେଶକୁ ପାଳନ କରିନାହାନ୍ତି ଓ ବାରମ୍ବାର କୁହାଯିବା ପରେ ମଧ୍ୟ କରିନାହାନ୍ତି । ସେଥିପାଇଁ ପୁରୀ ଡିଇଓ ଜାନୁଆରୀ ମାସର ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।














