ସମ୍ଭାବ୍ୟ ବାତ୍ୟା ‘ଗୁଲାବ’କୁ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଆଇଏମଡି ଆକଳନ ଅନୁସାରେ ବାତ୍ୟା କାଲି ଲ୍ୟାଣ୍ଡଫଲ କରିବ । ଆନ୍ଧ୍ରର କଳିଙ୍ଗପଟନମ ନିକଟରେ ଲ୍ୟାଣ୍ଡଫଲ କରିବା ଆକଳନ କରାଯାଇଛି । ପ୍ରଭାବରେ ରାଜ୍ୟର ୭ଟି ଜିଲ୍ଲାରେ ଅଧିକ ବର୍ଷା, ପବନ ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, କୋରାପୁଟ , ରାୟଗଡା ପ୍ରଭାବିତ ହେବ । ନବରଙ୍ଗପୁର, କନ୍ଧମାଳ, ମାଲକାନଗିରିରେ ଅଧିକ ପ୍ରଭାବ ପଡିବ । ଆକଳନ ଅନୁସାରେ, ଅଳ୍ପ ପବନ , କିନ୍ତୁ ପ୍ରବଳ ବର୍ଷା ହେବ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟା ପ୍ରତି 75 ରୁ 95 କିଲୋମିଟର ରହିବ । ବର୍ଷା ପରିମାଣ କାଲି ଏବଂ ପରଦିନ ଅଧିକ ରହିବ । ଏଥିପାଇଁ କାଲିଠୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here