୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଦେଶର ଖଣିଜ ସମ୍ପଦର ସଦୁପଯୋଗ ଏବଂ ଆମଦାନୀ ଉପରେ ନିର୍ଭରଶୀଳତା କମାଇବା ପାଇଁ ଓଡ଼ିଶା, କେରଳ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ସ୍ୱତନ୍ତ୍ର ‘ରେୟାର ଆର୍ଥ କରିଡର’ ପ୍ରତିଷ୍ଠା କରାଯିବ। ୨୦୨୫ ନଭେମ୍ବରରେ ଆରମ୍ଭ ହୋଇଥିବା ‘ରେୟାର ଆର୍ଥ ପରମାନେଣ୍ଟ ମ୍ୟାଗ୍ନେଟ୍’ ଯୋଜନାକୁ ଏହା ଆହୁରି ସୁଦୃଢ଼ କରିବ। ଏହାର ବଜେଟ୍‌ରେ ଓଡ଼ିଶାକୁ ଗୁରୁତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ଜାତୀୟ ଜଳମାର୍ଗ-୫ ପାଇଁ, ନିଜ ଏକ୍ସରେ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି ସେ ଲେଖିଛନ୍ତି, “କେନ୍ଦ୍ର ବଜେଟ୍‌ ୨୦୨୬-୨୭ରେ ଓଡ଼ିଶାରେ ଜାତୀୟ ଜଳମାର୍ଗ-୫ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ପରିବେଶ ସହିତ କାର୍ଗୋ ପରିବହନ ପ୍ରୋତ୍ସାହନ ପାଇଁ ବଡ଼ ପଦକ୍ଷେପ ନିଆଯାଇଛି। NW-୫ ଦ୍ୱାରା ତାଳଚେର ଓ ଅନୁଗୋଳ ଖଣିଜ-ସମୃଦ୍ଧ ଅଞ୍ଚଳ ସହ ଶିଳ୍ପ କେନ୍ଦ୍ରଗୁଡ଼ିକୁ ମଧ୍ୟ ସଂଯୋଗ କରାଯିବ। ଏହି ଜଳମାର୍ଗ ପାରାଦୀପ ଓ ଧାମରା ବନ୍ଦର ସହିତ ସଂଯୋଗ କରିବା ଦ୍ୱାରା ଲଜିଷ୍ଟିକ୍ସ ଦକ୍ଷତା, ଶିଳ୍ପ ବିକାଶକୁ ପ୍ରୋତ୍ସାହନ ମିଳିବ”।

LEAVE A REPLY

Please enter your comment!
Please enter your name here