ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ୨୦୨୬-୨୭ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି। ଗତବର୍ଷ ତୁଳନାରେ ବଜେଟ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି। ଓଡ଼ିଶାର ବିକାଶକୁ ବଢ଼ାଇବା ପାଇଁ ରାଜ୍ୟ ସରକାର ଏହି ଐତିହାସିକ ବଜେଟ୍ ଆଗତ କରିଛନ୍ତି। ଏହି ବଜେଟରେ ସାଧାରଣ ଜନତାଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଓ ଓଡ଼ିଶାକୁ ଏକ ଆଧୁନିକ ଓ ସାଂସ୍କୃତିକ ହବ୍ ଭାବେ ଗଢ଼ିତୋଳିବାକୁ ଲକ୍ଷ୍ୟ ରଖାଯାଇଛି ଓ ଏହି ନୂତନ ପଦକ୍ଷେପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟର କୋଣ ଅନୁକୋଣରେ ବିକାଶର ପହଞ୍ଚିପାରିବ। ବଜେଟରେ ସରକାରଙ୍କ ୧୬ଟି ନୂଆ ଯୋଜନା ଗୁଡିକ ହେଲା “ଭିବି ଜି ରାମ ଜି – ୫୫୭୫ କୋଟି,ସମୃଦ୍ଧ ଅଙ୍ଗନବାଡି ଯୋଜନା – ୬୩୫ କୋଟି,ମଡେଲ ମଣ୍ଡି – ୧୦୦ କୋଟି, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା,ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ – ୧୦୦ କୋଟି,ୱାର୍ଲଡ ଗ୍ରେନ ଷ୍ଟୋରେଜ ପ୍ଲାନ – ୨୪୦ କୋଟି,ବିଛିନ୍ନ ଅଂଚଳକୁ ଯୋଗାଯୋଗ – ୧୦୦୦ କୋଟି,ରେଆର ଆର୍ଥ କରିଡ଼ର – ୧୦ କୋଟି,ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରାନ୍ସଫରମେଟିଭ ଇନିସି୍ଏଟିଭ,ପୁରୀ ଜଗନ୍ନାଥ ଇଣ୍ଟରପ୍ରିଟେସନ ସେଣ୍ଟର,ୱାର୍ଲଡ ଟୁରିଜିମ ସେଣ୍ଟର,ଷ୍ଟେଟ ଏଆଇ ମିଶନ – ୨୩ କୋଟି, ଟୁରିଜିମ ଲାଣ୍ଡ ବ୍ୟାଙ୍କ ସ୍କିମ – ୧୫୦ କୋଟି,ଡାଲଖାଇ – ୨୨୦ କୋଟି,ଫିଟ୍ ଓଡ଼ିଶା ମିଶନ – ୧୦ କୋଟି ଓ ମୁଖ୍ୟମନ୍ତ୍ରୀ ଅର୍ଥ ପରାମର୍ଶଦାତା ପରିଷଦ ।”














