ବଜେଟ ଅଧିବେଶନର ଚତୁର୍ଥ ଦିନରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଚାଲିପାରିନି ପ୍ରଶ୍ନକାଳ। ବଜେଟ ଅଧିବେଶନର ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଗୃହରେ ନାରାବାଜି କରିଥିଲେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟ। ଚାଷୀ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ। ମଣ୍ଡିରୁ ଧାନ ଉଠୁନାହିଁ ବୋଲି ସରକାର ବିରୋଧରେ ବିରୋଧୀ ସଦସ୍ୟ ଗୃହରେ ହୋହଲ୍ଲା କରି ନାରାବାଜି କରିଥିଲେ। କଂଗ୍ରେସ ବିଧାୟକମାନେ କଳା ବ୍ୟାଚ୍ ପିନ୍ଧି ଗୃହ ମଧ୍ୟ ଭାଗରେ ଆସି ହୋହଲ୍ଲା ମଧ୍ୟ କରିଥିଲେ। ଚାଷୀଙ୍କ ସମସ୍ୟରେ ସମାଧାନ କରିବାକୁ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି କହିବା ପରେ ମଧ୍ୟ ବିରୋଧୀ ସଦସ୍ୟ ହଟ୍ଟଗୋଳ କରିଛନ୍ତି। ବାଚସ୍ପତି ସମସ୍ତ ସଦସ୍ୟଙ୍କୁ ନିଜ ନିଜ ଆସନରେ ବସିବାକୁ କହିବା ପରେ ମଧ୍ୟ କୌଣସି ସଦସ୍ୟ ନ ଶୁଣିବାରୁ ଗୃହ ଚଳାଇବା ଅସମ୍ଭବ ହୋଇପଡ଼ିଥିଲା । ଶେଷରେ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଗୃହ କାର୍ଯ୍ୟ ମାତ୍ର ୬ ମିନିଟ୍ ଚାଲିଲା ପରେ ପ୍ରଶ୍ନକାଳରେ ବାଧା ସୃଷ୍ଟି ହେବାରୁ ବାଚସ୍ପତି ସୁରମା ପାଢୀ ବାଧ୍ୟହୋଇ ଗୃହକୁ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କରିଥିଲେ। ଗୃହକୁ ଚଳାଇ ଦେଉନଥିବାରୁ ବିରୋଧୀଙ୍କୁ ବିଜେପି କହିଛି ଯେ, ସରକାର ଚାଷୀଙ୍କ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଥିବାବେଳେ ବିରୋଧୀ ସଦସ୍ୟ ଇଚ୍ଛା ପ୍ରକାଶ କରୁନାହାନ୍ତି।














