ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧିନ ପଳାଶୁଣି ଛକରେ ଦୁର୍ଘଟଣା । ଶନିବାର ଅପରାହ୍ନରେ ବସ ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଛି । ଏଥିରେ ୯ ଜଣ ଗୁରୁତର ଆହତ ହୋଇଛନ୍ତି ।
ସୁଚନାଅନୁସାରେ ବରମୁଣ୍ଡା ବସଷ୍ଟାଣ୍ଡରୁ ଏକ ଯାତ୍ରୀବାହି ବସ ବାହାରି କଟକ ଅଭିମୁଖେ ଯାଉଥିବାବେଳେ ପଳାଶୁଣି ଛକରେ ଏକ ଟ୍ରକ ପଛରୁ ଧକ୍କା ଦେଇଥିଲା । ଫଳରେ ବସରେ ଯାଉଥିବା ଯାତ୍ରୀଙ୍କ ମଧ୍ୟରୁ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ଚିକିସôା ପାଇଁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜଣେ ମହିଳାଙ୍କ ଗୋଡ କଟିଯାଇଥିବା ସୁଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଚଳାଇଛି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here