ବାଂଲାଦେଶରେ ପୁଣି ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ରିପୋର୍ଟ ଅନୁସାରେ ସୋମବାର ରାତି ପ୍ରାୟ ୧୦ଟାରେ ନରସିଙ୍ଗଡି ଜିଲ୍ଲାରେ ମୋନି ଚକ୍ରବର୍ତ୍ତୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା ଓ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ଜଣେ କିରାଣା ଦୋକାନ ମାଲିକଙ୍କ ପାଇଁ କାମ କରୁଥିଲେ। ଗତ ୨୪ ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ ଘଟଣା।ପୂର୍ବରୁ ଜାନୁଆରୀ ୩ରେ ଖୋକନ ଚନ୍ଦ୍ର ଦାସଙ୍କୁ ନିର୍ମମ ଭାବରେ ଆକ୍ରମଣ କରାଯାଇଥିଲା। ଏହା ପରେ ନିଆଁ ଲଗାଇ ଦିଆଯିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଡିସେମ୍ବର ୨୪ରେ, ରାଜବାରୀ ସହରର ପାଂଶା ଉପଖଣ୍ଡରେ ଆଉ ଜଣେ ହିନ୍ଦୁ ବ୍ୟକ୍ତି ଅମୃତ ମଣ୍ଡଳଙ୍କୁ ଦାଦାବଟି ଆଦାୟ ଅଭିଯୋଗରେ ପିଟି ପିଟି ହତ୍ୟା କରାଯାଇଥିଲା।ଏହା ପୂର୍ବରୁ ମଧ୍ୟ ଡିସେମ୍ବର ୧୮ରେ ଦୀପୁ ଚନ୍ଦ୍ର ଦାସ ଙ୍କୁ ମୟମନସିଂ ସହରରେ ଏକ ଜନଗହଳି ଦ୍ୱାରା ଈଶ୍ୱର ନିନ୍ଦା ଅଭିଯୋଗରେ ପିଟି ହତ୍ୟା କରାଯାଇଥିଲା ଏବଂ ନିଆଁ ଲଗାଇ ଦିଆଯାଇଥିଲା। ଡିସେମ୍ବର ୨୩ ତାରିଖରେ ପ୍ରବାସୀ ଶ୍ରମିକ ଶୁଖ ଶିଲ୍ ଏବଂ ଅନିଲ୍ ଶିଲ୍‌ଡ ଘରେ ନିଆଁ ଲଗାଇ ଦେଇଥିଲେ।

LEAVE A REPLY

Please enter your comment!
Please enter your name here