ଛାତ୍ର ନେତା ଉସମାନ ହାଦିଙ୍କ ମୃତ୍ୟୁ ପରେ ଜଳୁଛି ବାଂଲାଦେଶ । ସ୍ଥିତି ପୁଣି ଥରେ ଖରାପ ହୋଇଥିବା ଦେଖିବାକୁ ମିଳିଛି । ଗୁରୁବାର ରାତିରେ ହାଦିଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଦେଶରେ ଦଙ୍ଗା ଆରମ୍ଭ ହୋଇଥିଲା । ବାଂଲାଦେଶରେ ଜଣେ ହିନ୍ଦୁ ଯୁବକଙ୍କୁ ନିର୍ମମ ହତ୍ୟା କରିବା ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଛି । ଏନେଇ ସୋସିଆଲ ମିଡିଆ X ରେ ଏକ ପୋଷ୍ଟ କରି, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ କହିଛନ୍ତି ଯେ, ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ମହମ୍ମଦ ଲିମନ ସରକାର, ମହମ୍ମଦ ତାରେକ ହୋସେନ, ମହମ୍ମଦ ମାଣିକ ମିଆଁ, ଏରଶାଦ ଅଲି, ନିଜୁମ ଉଦ୍ଦିନ, ଆଲୋମଗିର ହୋସେନ ଏବଂ ମହମ୍ମଦ ମିରାଜ ହୋସେନ ଆକନ ଅନ୍ତର୍ଭୁକ୍ତ । ଏବେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଛି । ଦୀପୁଚନ୍ଦ୍ର ଦାସଙ୍କ ହତ୍ୟା ପାଇଁ ବାଂଲାଦେଶ ଅନ୍ତର୍ଜାତୀୟ ସମାଲୋଚନାର ସମ୍ମୁଖୀନ ହୋଇଛି । ଭାରତ ଏହି ଘଟଣାକୁ ତୀବ୍ର ନିନ୍ଦା ମଧ୍ୟ କରିଛି।














