ବାତ୍ୟା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରେସମିଟ୍ କରିଛନ୍ତି। ସେ ୮ ଜିଲ୍ଲାର ସ୍ଥିତି ସମୀକ୍ଷା କରି ରାଜସ୍ବ ମନ୍ତ୍ରୀ ଓ ଏସ୍ଆରସିଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ହେଉଥିବା ସତ୍ତ୍ବେ ଓଡ଼ିଶାରେ ବାତ୍ୟାର ବିଶେଷ ପ୍ରଭାବ ଦେଖାଯାଇନି। କେତେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି ଓ ଗୋଟିଏ ସ୍ଥାନରେ ପାହାଡ଼ ଧସିଛି। ସରକାର ସବୁ ପ୍ରକାର ପରିସ୍ଥିତିକୁ ମୁକାବିଲା ପାଇଁ ପ୍ରସ୍ତୁତ । ତଳ ଅଞ୍ଚଳର ୧୭,୮୧୭ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି ଓ ୨,୧୯୮ ଗର୍ଭବତୀଙ୍କୁ ମେଡିକାଲ କୁ ନିଆଯାଇଛି । ଆବଶ୍ୟକ ହେଲେ ତ୍ବରିତ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ବାତ୍ୟା ମୋନ୍ଥା ଏବେ ଲ୍ୟାଣ୍ଡଫଲ୍ କରିସାରିଛି। ଏହା ଆରମ୍ଭ ହେବା ସହିତ ଆନ୍ଧ୍ର ପ୍ରଦେଶର କାକିନାଡାରେ ଭୟାବହ ପବନ ଓ ବର୍ଷା ହେଉଛି। ସରକାର ସତର୍କତା ଭାବେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି। ସେଥିପାଇଁ ରାତିରେ କାହାକୁ ବାହାରକୁ ବାହାରିବାକୁ ଅନୁମତି ନାହିଁ ଓ କୌଣସି ଯାନବାହନ ଚାଲି ପାରିବ ନାହିଁ। ବିଭିନ୍ନ ସ୍ଥାନରେ ଚେକିଂ ହେଉଛି। ପ୍ରାୟ ଏକ ହଜାର ପୁଲିସ କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନେ ଆଲର୍ଟ ମୋଡ୍ରେ ରହିଛନ୍ତି। ସରକାର “ଜିରୋ କାଜୁଆଲିଟି” ଲକ୍ଷ୍ୟକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛନ୍ତି।ଲ୍ୟାଣ୍ଡଫଲ ପକ୍ରିୟା ଆରମ୍ଭ ହେବାପରେ କୋରାପୁଟରେ ପ୍ରଭାବ ଦେଖିବାକୁ ମିଳିଛି । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗିରେ ବାତ୍ୟା ମୋନ୍ଥାର ପ୍ରଭାବରେ ଅନେକ ଘର ଭାଙ୍ଗିଛି । ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି ଓ ମୋଟ ୬୨ଟି ଟ୍ରେନ୍ ବାତିଲ କରି ଦିଆଯାଇଛି ।














