ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା , ପୀଡ଼ିତାଙ୍କୁ ଭେଟିବାକୁ ଏମ୍ସ ଯିବେ ମୁଖ୍ୟମନ୍ତ୍ରୀ । ଏ ନେଇ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । କହିଲେ , କିପରି ଭଲ ଚିକିତ୍ସା ଦିଆଯିବ ସେ ନେଇ ସରକାରଙ୍କ ତରଫରୁ ସବୁ ବ୍ୟବସ୍ଥା କରାଯାଇଛି । ଝିଅକୁ ବଞ୍ଚାଇବା ପାଇଁ ଚେଷ୍ଟା ଚାଲିଛି , ଦିଲ୍ଲା ଏମ୍ସର ମଧ୍ୟ ପରାମର୍ଶ ନିଆଯାଉଛି । ଏମ୍ସ ବର୍ଣ୍ଣ ୱାର୍ଡରେ ଜୀବନ ସହ ସଂଘର୍ଷ କରୁଛନ୍ତି ପୀଡ଼ିତା । ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଛି ।
କାହିଁକି ଓ କେଉଁ ପରିସ୍ଥିତିରେ ଛାତ୍ରୀ ଜଣକ ଆତ୍ମହତ୍ୟା ଉଦ୍ୟମ କଲେ, ତାର ତଦନ୍ତ ହେବ । ଏଥିପାଇଁ ୩ ଜଣିଆ କମିଟି ଗଠନ ହୋଇଛି । ଆଜି ଫକୀରମୋହନ ମହାବିଦ୍ୟାଳୟ ଯିବେ ୩ ଜଣିଆ ତଦନ୍ତ କମିଟି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଜଣେ ଯୁଗ୍ମ ସଚିବ ରାଙ୍କର ମହିଳା ଅଧିକାରୀ, ଜଣେ ବରିଷ୍ଠ କଲେଜ ଅଧ୍ୟକ୍ଷାଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । କମିଟିର ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।














