ଜମ୍ମୁ କଶ୍ମୀର ବୁଡଗାମରେ ବାୟୁସେନାର ଏକ ଲଢୁଆ ବିମାନ ମିଗ-21 ଦୁର୍ଘଟଣାଗ୍ରସ୍ତ ହୋଇଛି. ବଡଗାମରୁ 7 କି.ମି ଦୂରରେ ଥିବା ଗାରେନ୍ଦ ଗାଁ ନିକଟରେ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି. ଫଳରେ ଏଥିରେ ଥିବା 2 ପାଇଲଟଙ୍କ ମୃତ୍ୟୁ ହୋଇଛି. ତେବେ ଏହି ଦୁର୍ଘଟଣାର କାରଣ ଏଯାଏଁ ଜଣା ପଡିନାହିଁ. ଶ୍ରୀନଗର ଏୟାରବେସରୁ ଉଡାଣ ଆରମ୍ଭ କରିଥିବା ବିମାନଟି କଶ୍ମୀରରେ ପାଟ୍ରୋଲିଂ କରୁଥିଲା. ସେହି ସମୟରେ ଏହି ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି. ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ବିମାନ ହଠାତ ତଳକୁ ଆସିବାକୁ ଲାଗିଲା ଏବଂ ବହୁତ ଜୋରରେ ଶବ୍ଦ ହୋଇଥିଲା. ତାପରେ ଏଥିରେ ନିଆଁ ଲାଗିଯାଇଥିଲା. ପରେ ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ. ଏଠାରେ ଉଲ୍ଲେଖଯୋଗ୍ୟ ଯେ,ଗତ 20 ଦିନ ଭିତରେ ଭାରତର 5ଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି.

LEAVE A REPLY

Please enter your comment!
Please enter your name here