ନୂଆପଡ଼ା ନିର୍ବାଚନକୁ ନେଇ ସାରା ରାଜ୍ୟରେ ଏବେ ରାଜନୈତିକ ତୀବ୍ରତା ଲାଗିରହିଛି । ଏହି ମଧ୍ୟରେ ବିଜେଡ଼ିକୁ ଲାଗିଛି ଏକ ବଡ଼ ଝଟକା। ବିଜେଡ଼ି ନେତା ଲମ୍ବୋଦର ନିଆଲ ପାର୍ଟି ଛାଡ଼ି ବିଜେପିରେ ଯୋଗଦେଇଛନ୍ତି। ତାଙ୍କ ସହ ୫୫ ଜଣ ସରପଂଚ ଓ ସମିତି ସଭ୍ୟ ବି ବିଜେପିରେ ମିଶିଛନ୍ତି। ଗୁରୁବାର ଲମ୍ବୋଧର ନିଜ ଇସ୍ତଫାପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ମାଧ୍ୟମରେ ଲେଖିଥିବା ସୂଚନା ମିଳିଛି। ଏହାପରେ ବିଜେପିରେ ସାମିଲ ହୋଇଛନ୍ତି ବିଜେଡିର ନେତା ଲମ୍ବୋଧର ନିଆଲ, ତାଙ୍କ ସହିତ ଅନ୍ୟ କର୍ମୀମାନେ ମଧ୍ୟ ଦଳରେ ସାମିଲ ହୋଇଛନ୍ତି। ଆଜି ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଲମ୍ବୋଧର ଉପସ୍ଥିତ ରହିଥିଲେ। ଆଜି ସକାଳେ ଲମ୍ବୋଦର ନିଆଲ ଜୟ ଢୋଲକିଆଙ୍କ ଘରକୁ ଯାଇ ତାଙ୍କ ସହ ଆଲୋଚନା କରିଛନ୍ତି। ନୂଆପଡ଼ା ନିର୍ବାଚନ ପାଇଁ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଘୋଷଣା ନେଇ ଦୀର୍ଘ ସମୟ ଧରି ଚର୍ଚ୍ଚା ଚାଲିଥିଲା। ଶେଷରେ ଗତକାଲି ସ୍ନେହାଙ୍ଗିନୀ ଛୁରିଆଙ୍କ ନାମ ପ୍ରକାଶ ହେବା ପରେ ଦଳ ଭିତରେ ଅସନ୍ତୋଷ ଦେଖାଦେଇଛି। ଏହାକୁ ନେଇ ଅନେକ କର୍ମୀ ଦଳ ଛାଡ଼ୁଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here