ରବିବାର ବିଜେଡି ପାର୍ଟି ଅଫିସରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି. ରାଷ୍ଟ୍ରିୟ ସାମାଜିକ ନ୍ୟାୟ ପକ୍ଷରୁ ଗୁରୁଜୀ ଶ୍ରୀଯୁକ୍ତ ମାନସ ଦାସ ବିଜେଡିରେ ସାମିଲ ହୋଇଛନ୍ତି. ତାଙ୍କ ସହ ଶତାଧିକ କର୍ମୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି. ଏହି ମିଶ୍ରଣ ପର୍ବରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଓ ବିଧାୟକ ପ୍ରିୟଦର୍ଶି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ.

LEAVE A REPLY

Please enter your comment!
Please enter your name here