କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୁଦ୍ଧରେ ଆଇଓସିଏଲ ଅଫିସ ସମ୍ମୁଖରେ ଧାରଣା ଦେଇଥିବା ବିଜେଡି ମହିଳାଙ୍କୁ କଟୁ ସମାଲୋଚନା କରିଛି ବିଜେପି ମହିଳା ମୋର୍ଚ୍ଚା । ଦଳର ରାଜ୍ୟ ସଂପାଦକ ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ୭୦୦ କୋଟି ଡାଲି ଜିଏ ଚୋରି କରିଥିଲେ, ରାଜ୍ୟରେ ସିଏ ଏବେ ଆନେ୍ଦାଳନର ନେତୃତ୍ୱ ନେଉଛନ୍ତି । ରାଜ୍ୟ ସରକାରଙ୍କ ମହିଳା ମାନଙ୍କ ପ୍ରତି କୌଣସି ଦରଦ ନାହିଁ । କେବଳ ହୀନ ଓ ରାଜନୈ÷ତୀକ ଉଦେଶ୍ୟ ପାଇଁ ଧାରଣା ଦେଇଛନ୍ତି ଓ କେନ୍ଦ୍ର ସରକାରଙ୍କ ଉପରେ ବିଷ ଉଗାଳୁ ଛନ୍ତି । ରାଜ୍ୟରେ ଉଜ୍ଜଳା ଏକ ସଫଳ ଯୋଜନାରେ ପରିଣତ ହୋଇଛି ଯାହାର ଜ୍ଜ୍ୱଳା ବିଜେଡି ମହିଳାକର୍ମୀଙ୍କୁ ହେବା ସ୍ୱାଭାବିକ । ନିକଟରେ ମହିଳାଙ୍କ ଚରିତ୍ରକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ମନ୍ତ୍ରୀ ମହାରଥୀଙ୍କ ପ୍ରସଙ୍ଗକୁ ଏଡେଇବା ପାଇଁ ଏଭଳି ପ୍ରତିବାଦ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here