ସୋମବାରଠୁ ବିଜେପି ଆରମ୍ଭ କରିଛି ଜନ ଅଦାଲତ. ତେବେ ପ୍ରଥମେ ବ୍ରହ୍ମପୁର, ପୁରୀ ଓ କଳାହାଣ୍ଡିରେ ଏହି ଜନ ଅଦାଲତ ଆୟୋଜନ କରାଯିବ. ଏ ନେଇ ସୂଚନା ଦେଇଛନ୍ତି ବିଜେପି ଉପ-ସଭାପତି ସମୀର ମହାନ୍ତି. ଚଳିତ ମାସ 11ରୁ 17 ତାରିଖ ମଧ୍ୟରେ ଏହି ଜନ ଅଦାଲତ ଚାଲିବ. ଏହିଭଳି 21ଟି ସ୍ଥାନରେ ଜନ ଅଦାଲତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି. ଏଥିରେ 15 ମିନିଟର ଏକ ପ୍ରାମାଣିକ ଭିଡିଓଗ୍ରାଫ୍ କରାଯିବ. ପରେ ଏହାକୁ ଉକ୍ତ ଅଞ୍ଚଳର ଜନସାଧାରଣଙ୍କୁ ଦେଖାଯିବ. ସେଠାରେ ଏକ ଅଦାଲତ ବନାଯାଇ ସାଧାରଣ ଜନତାଙ୍କ ଯାହା ଅଭିଯୋଗ ରହିବ ତାକୁ ଉପସ୍ଥାପନ କରାଯିବ.

LEAVE A REPLY

Please enter your comment!
Please enter your name here