ଚଳିତ ବର୍ଷ ପାଇଁ ବିଶ୍ୱ ପରିବେଶ ଦିବସର ପ୍ରସଙ୍ଗ ହେଉଛି “ବିଟ୍ ଏୟାର ପଲ୍ୟୁସନ ’’ । ଅର୍ଥାତ ବାୟୁ ପ୍ରଦୁଷଣକୁ ପ୍ରତିହତ କରିବା । ପରିବେଶ ପ୍ରତି ଆମର ଦାୟିତ୍ୱ ଓ କର୍ତ୍ତବ୍ୟବୋଧ ସମ୍ବନ୍ଧରେ ସଚେତନ କରିବା ପାଇଁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପ ଠାରେ ପାଳିତ ହୋଇ ଯାଇଛି ବିଶ୍ୱ ପରିବେଶ ଦିବସ । ରାଜ୍ୟସ୍ତରୀୟ ଉସôବରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଜଙ୍ଗଲ ଓ ପରିବେଶ , ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୬୬ଟି ଅନୁଷ୍ଠାନକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରିଥିଲେ । ଏହାସହ ପରିବେଶ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଥିଲେ । ଏଥିସହ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉସôବରେ ଅଧକ୍ଷ୍ୟତା କରି ବିଶ୍ୱ ପରିବେଶ ଦିବସ ପାଳନ ଆମକୁ କିପରି ପରିବେଶ ପ୍ରତି ଦାୟିତ୍ୱ ଓ କର୍ତ୍ତବ୍ୟବୋଧ ସମ୍ବନ୍ଧରେ ସଚେତନ କରାଇଥାଏ, ତାହା ସୁଚାଇଥିଲେ । ଭାରତର ୧୦୨ଟି ସହର ମଧ୍ୟରୁ ଓଡିଶାରେ ୬ଟି ସହରରେ ଜାତୀୟ ପରିବେଷ୍ଟିତ ବାୟୁର ଉକôର୍ଷତା ମାନ ସୀମା ଠାରୁ ଅଧିକ ରହୁଛି । ପ୍ରାରମ୍ଭରେ ଜଙ୍ଗଲ ଓ ପରିବେଶ ବିଭାଗର ନିଦେ୍ର୍ଦଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ଡଃ କେ.ମୁରୁଗେସନ ସ୍ୱାଗତ ଭାଷଣ ଦେଇ ଆଜିର ପରିବେଶକୁ କିପରି ସନ୍ତୁଳନ ରକ୍ଷା କରିହେବ ତାହା ସୁଚାଇଥିଲେ । ଏହି ଅବସରରେ ସେଣ୍ଟର ଫର ଏନଭରମେଣ୍ଟାଲ ଷ୍ଟଡିଜ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏନଭିସ୍ ନୁ୍ୟଜଲେଟର ଓ ପରିବେଶର ଜାଗ୍ରତ ପ୍ରହରୀ ନାମକ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଏହାବ୍ୟତିତ ପରିବେଶ ସୁରକ୍ଷା ସୃଷ୍ଟି ପାଇଁ ସ୍କୁଲ ପିଲାଙ୍କ ଇକୋ-ମଡେଲ ପ୍ରଦର୍ଶନୀରେ ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here