ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭା ଗୃହକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ବିଧାନସଭାକୁ ପୁଣି ଥରେ ଆସି ଘରକୁ ଫେରିବା ଭଳି ଅନୁଭୂତ ହେଉଛି । ନିଜ ଆଚରଣ ଏବଂ ଉଚ୍ଚାରଣରେ ସଂଯମତା ରଖିବାକୁ ରାଷ୍ଟ୍ରପତି ସମ୍ବୋଧନରେ କହିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୀତ ଅଧିବେଶନର ପ୍ରଥମ ଦିବସରେ ଗୃହକୁ ସମ୍ବୋଧିତ କରିଛନ୍ତି । ପ୍ରାୟ ୨୦ ମିନିଟ୍ ଧରି ରାଷ୍ଟ୍ରପତି ଗୃହକୁ ସମ୍ବୋଧିତ କରିଥିଲେ । ଏହା ସହିତ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ପାଇଁ ନାରୀ ସଶକ୍ତିକରଣଠାରୁ ଆରମ୍ଭ କରି କୃଷକ ସଶକ୍ତିକରଣ ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଦେଇଛନ୍ତି ।ଅଭିଭାଷଣ ଆରମ୍ଭରୁ ଭାବବିହ୍ବଳ ହୋଇପଡିଥିଲେ ମହାମହିମ । କିପରି ଜଣେ ସାଧାରଣ ପରିବାର ଝିଅରୁ ରାଇସିନା ହିଲ୍ର ଯାତ୍ରା ଆରମ୍ଭ କରିଥିଲେ । ରାଷ୍ଟ୍ରପତି ଉଦବୋଧନ ଦେଇ କହିଥିଲେ, ‘ମୁଁ ଗାଁରୁ ଆସିଥିଲି ସାଧାରଣ ଝିଅ ହୋଇ,ଏହି ଗୃହ ମୋତେ ସବୁ ଶିଖାଇଛି । ଜଣେ ରାଜନୈତିକ ବ୍ୟକ୍ତି ହିସାବରେ କିପରି ବ୍ୟବହାର କରିବାକୁ ହେବ ଏହି ଗୃହ ମୋତେ ଶିଖାଇଛି । ଆଜି ଯେଉଁଠି ବି ଅଛି ସବୁ ଶ୍ରେୟ ଏହି ଗୃହର । ରାଷ୍ଟ୍ରପତି ଅଭିଭାଷଣରେ କହିଥିଲେ, ‘ଏଠାରେ ଥିବା ପ୍ରତ୍ୟେକ ସଦସ୍ୟ ଚିହ୍ନା । ସେମାନଙ୍କ ମଧ୍ୟରୁ ଅନେକ ଲୋକଙ୍କ କାମ କରିବାର ସୁଯୋଗ ମିଳିଛି ।’ ଏହି ଅବସରରେ ରାଷ୍ଟ୍ରପତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲରାମ, ମୁଖ୍ୟମନ୍ତ୍ରୀଙ୍କ ସହ ଏକାଠି କାମ କରିବାକୁ ସୁଯୋଗ ମିଳିଥିବା କଥା କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ, ‘ଓଡ଼ିଶା ଏକ ପ୍ରାଚୀନ ଭୂ-ଖଣ୍ଡ ବା ଆଧୁନିକ ପ୍ରଦେଶ ନୁହେଁ । ଏହା ମହତ୍ବପୂର୍ଣ୍ଣ ସାଂସ୍କୃତିକ ପ୍ରବାହ ଅଟେ । ଭାରତର ସଭ୍ୟତାଗତ ମୂଲ୍ୟବୋଧକୁ ଓଡ଼ିଶା ପରିଭାଷିତ କରିଛି ବୋଲି କୁହାଯାଇପାରେ । ଦେଶ ଗଠନ ଦିଗରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିଛି । ଭୁବନେଶ୍ବର ଉପକଣ୍ଠରେ ଆଜିବି ଦୟା ନଦୀ ପ୍ରବାହିତ ହେଉଛି । ଏହି ନଦୀ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହେବାରେ ଜୀବନ୍ତ ସାକ୍ଷୀ । ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟର ସାକ୍ଷୀ ହେଉଛି ମହୋଦଧି । ଦେଶର ସ୍ଵାଧୀନତା ସଂଗ୍ରାମ ଓ ରାଷ୍ଟ୍ର ଗଠନରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ୧୮୫୭ର ମହା ସଂଗ୍ରାମକୁ ଉଜ୍ଜୀବିତ କରି ରଖିଥିଲେ ଲକ୍ଷ୍ମଣ ନାୟକ । ବକ୍ସି ଜଗବନ୍ଧୁ, ବାଜି ରାଉତଙ୍କୁ ସ୍ମରଣ କରିଛନ୍ତି । ଭାଷା ଭିତ୍ତିରେ ଓଡିଶା ରାଜ୍ଯ ଗଠନ ହୋଇଛି । ବିଜୁ ବାବୁଙ୍କ ସାହସ ସଂଗ୍ରାମ ସବୁବେଳେ ଉଜ୍ଜୀବିତ ହୋଇ ରହିବ । ନେତାଜୀଙ୍କୁ ଜନ୍ମ ଦେଇ ଧନ୍ୟ ମନେ କରୁଛି ଓଡ଼ିଶା । ରାଜନିତୀରେ ମହିଳାଙ୍କ ଭାଗୀଦାରୀ କଥା ଉଠାଇ ମହିଳା ନେତୃତ୍ୱ ଉପରେ ଗୁରୁତ୍ୱାରୋପ କଲେ ମହାମହିମ । ଓଡ଼ିଶା ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ଵ ଉତ୍ସାହଜନକ । ବାଚସ୍ପତି ଜଣେ ମହିଳା । ନନ୍ଦିନୀ ଶତପଥୀ ଭାରତର ଦ୍ବିତୀୟ ମହିଳା ମୁଖ୍ୟମନ୍ତ୍ରୀ । ଓଡିଶା ବିଧାନସଭାରେ ଅନେକ ଜନମଙ୍ଗଳ କାରୀ ନିଷ୍ପତ୍ତି ନେଇଛି । ଓଡିଶା ବିଧାନସଭାରେ ନିଜର ଅଭିଭାଷଣ ରଖି ପ୍ରଥମ ରାଷ୍ଟ୍ରପତି ହୋଇ ଇତିହାସ ରଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଇତିହାସ ସୃଷ୍ଟି ହୋଇଛି । ଯାହା ଓଡ଼ିଶାର ଗଣତାନ୍ତ୍ରିକ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ।













