ମହାନାୟକ ବିଗ୍ ବି ଅମିତାଭ ବଚ୍ଚନଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଆଦେଶ । ଦିଲ୍ଲୀ ହାଇକୋର୍ଟ ଆଦେଶ ଦେଇଛନ୍ତି ଯେ, ଅମିତାଭ ବଚ୍ଚନଙ୍କ ସ୍ୱର, ନାମ, ଏବଂ ଚେହେରାକୁ ତାଙ୍କ ବିନା ଅନୁମତିରେ କୌଣସି କଂପାନୀ ବ୍ୟବହାର କରିପାରିବେ ନାହିଁ । ଅମିତାଭ ବଚ୍ଚନଙ୍କ ଆବେଦନର ଶୁଣାଣୀ କରି କୋର୍ଟ ଏହି ରାୟ ଦେଇଛନ୍ତି । ବିଗ୍ ବି ଅମିତାଭ ବଚ୍ଚନ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ । ଯେଉଁଥିରେ ସେ ଅଭିଯୋଗ କରିଥିଲେ ଯେ, କିଛି କମ୍ପାନୀ ତାଙ୍କ ବିନା ଅନୁମତିରେ ତାଙ୍କ ନାଁ, କଣ୍ଠସ୍ୱର ଆଉ ବ୍ୟକ୍ତିତ୍ୱକୁ ବ୍ୟବହାର କରୁଛନ୍ତି । ତେବେ ଦୀର୍ଘ ସମୟ ଧରି ଏହା ଜାରି ରହିଛି । ତେଣୁ ସେ ତାଙ୍କର ବ୍ୟକ୍ତିଗତ ରାଇଟ୍ସ ଚାହୁଁଛନ୍ତି । ଏହି ମାମଲାର ଶୁଣାଣି କରି କୋର୍ଟ ଅମିତାଭଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । ଜଷ୍ଟିସ ଚାୱଲ ଏହି ମାମଲାର ଶୁଣାଣି କରିବା ସହିତ, ଟେଲିକମ୍ ଡିପାର୍ଟମେଂଟକୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ଅମିତାଭ ବଚ୍ଚନଙ୍କ ନାମ, ଫଟୋ ଏବଂ ତାଙ୍କ ବ୍ୟକ୍ତିତ୍ୱକୁ ବିନା ଅନୁମତିରେ ବ୍ୟବହାର କରୁଥିବା ପୋଷ୍ଟକୁ ତୁରନ୍ତ ହଟାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here