ମହାରାଷ୍ଟ୍ରର ବାରାମତୀରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି । ଏହି ଦୁର୍ଉଘଟଣାରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହିତ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ବାରାମତୀରେ ଅବତରଣ କରିବା ସମୟରେ ବିମାନଟି ହଠାତ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ସମୟରେ ଅଜିତ ପାୱାର ବିମାନରେ ଉପସ୍ଥିତ ଥିଲେ।
ସୂଚନା ଅନୁଯାୟୀ ଆଜି ସକାଳ ୮ଟା ୪୫ରେ ମହାରାଷ୍ଟ୍ରର ବାରାମତୀରେ ଏହି ବିମାନ ଦୁର୍ଘଟଣା ଘଟିଥିଲା। ଅଜିତ ପାୱାର ଆଜି ସକାଳେ ମୁମ୍ବାଇରୁ ବାରାମତି ଅଭିମୁଖେ ଯାତ୍ରା କରିଥିଲେ। ତାଙ୍କ ବିମାନରେ ଅନ୍ୟ ଚାରି ଜଣ ଥିଲେ। ପାୱାର ନିର୍ବାଚନ ପ୍ରଚାର ପାଇଁ ବାରାମତିରେ ପହଞ୍ଚିଥିଲେ। ଅବତରଣ ସମୟରେ ତାଙ୍କ ବିମାନ ହଠାତ୍ ରନୱେରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ସମସ୍ତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା। ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଛି। ଅଜିତ ପାୱାରଙ୍କ ଅବସ୍ଥା କିଛି ସମୟ ପାଇଁ ଅନିଶ୍ଚିତ ରହିଥିଲା, ପରେ ତାଙ୍କ ମୃତ୍ୟୁ ନିଶ୍ଚିତ ହୋଇଥିଲା। ଏ ପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଅସ୍ପଷ୍ଟ। ସ୍ଥାନୀୟ ପୋଲିସ ଘଟଣା ବିଷୟରେ ସୂଚନା ପାଇବାପରେ, ଏକ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ବିମାନ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। ରିପୋର୍ଟ ଅନୁସାରେ, ଦୁର୍ଘଟଣାଗ୍ରସ୍ତ ବିମାନଟି ଉପମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଚାର୍ଟର୍ଡ ବିମାନ ଥିଲା।














