ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ସ୍ମୁତି ଜୟସିଂହ ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜମି କିସମ ସଂଶୋଧନ କରାଇଦେବା ନାଁ ରେ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ସୂଚନା ଅନୁଯାୟୀ ବେଗୁନିଆ ତହସିଲ କାର୍ଯ୍ୟାଳୟରେ ଜମିର କିସମ ସଂଶୋଧନ କରାଇଦେବା ପାଇଁ ୮ହଜାର ଟଙ୍କା ନେଉଥିଲେ। ଏହି ସମୟରେ ଖୋର୍ଦ୍ଧା ଓ ଭୁବନେଶ୍ୱର ମିଳିତ ଭିଜିଲାନ୍ସ ଟିମ ଚଢାଉ କରି ୮ ହଜାର ଟଙ୍କା ଜବତ କରିଛନ୍ତି । ସ୍ମୁତି ତାଙ୍କ ଆୟ ଠାରୁ ଅଧିକ ସମ୍ପତ୍ତି ସଂଗ୍ରହ କରିଛନ୍ତି କି ନାହିଁ ତାହା ଜାଣିବା ପାଇଁ ଦୁଇଟି ସ୍ଥାନରେ ଏକକାଳୀନ ଚଢାଉ ଜାରିରହିଛି। ସଂଶୋଧନ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ଏକ ମାମଲା ପଞ୍ଜୀକୃତ ହୋଇଛି ଏବଂ ଅଧିକ ତଦନ୍ତ ଚାଲିଛି।













