ଭିଜିଲାନ୍ସ ଜାଲରେ ପଡ଼ିଲେ ଫରେଷ୍ଟର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବନାଞ୍ଚଳର ବନ ଅଧିକାରୀ ଭାଗବତ ଭୂଷଣ ବେହେରା ଆଜି ଗିରଫ ହୋଇଛନ୍ତି ।ତାଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ଉ କରି ବିପୁଳ ସମ୍ପତ୍ତି ଥିବା ଜାଣିବାକୁ ପାଇଥିଲା । ଭିଜିଲାନ୍ସ ଚଢ଼ଉ ବେଳେ ଫରେଷ୍ଟରଙ୍କର ବିପୁଳ ସମ୍ପତ୍ତି ଥିବା ଜାଣିବାକୁ ପାଇଥିଲା । ନୂଆ ଘର, ୯ଟି ଦାମୀ ପ୍ଲଟ୍, ୪୭୦ ଗ୍ରାମ ସୁନା, ୩୪ ଲକ୍ଷ ଜମାରାଶି, ୨ଟି ବେନାମୀ ହାର୍ଭେଷ୍ଟର୍ ମେସିନ୍, ୪ଟା ବେନାମୀ ଟ୍ରାକ୍ଟର, ଗୋଟିଏ ବେନାମୀ ଟିପ୍ପର, ଗୋଟିଏ ହାଇୱା ଗାଡ଼ି, ଗୋଟିଏ ବୋଲେରୋ ଓ କାର୍ ଇତ୍ୟାଦି ଜବତ କରାଯାଇଛି । ସମସ୍ତ ଗାଡ଼ି ଗୁଡ଼ିକ ବେନାମୀ ଅଟେ ବୋଲି ଭିଜିଲାନ୍ସ କହିଛି । ଗତକାଲି ଫରେଷ୍ଟରଙ୍କର କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ହିଲ୍ ଟାଉନରେ ଥିବା ବାସଭବନ, ଜୁନାଗଡ଼ରେ ଥିବା ଭାଇଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲା ।














