ମଙ୍ଗଳଯାନ-୨ମିଶନକୁ ନେଇ ବଡ଼ ଘୋଷଣା କରିଛି ଇସ୍ରୋ । ମଙ୍ଗଳଯାନର ଐତିହାସିକ ସଫଳତାର ୧୨ ବର୍ଷ ପରେ ଇସ୍ରୋ ଏବେ ‘ମଙ୍ଗଳାଯାନ-୨’ ଉପରେ କାମ କରୁଛି । ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି ନାରାୟଣନ ଏକ ଘୋଷଣା କରିଥିଲେ, ସେ କହିଥିଲେ ଏହି ମିଶନ ୨୦୩୦ରେ ହେବ ଏବଂ ଏହା ମଙ୍ଗଳ ପୃଷ୍ଠରେ ସଫ୍ଟ-ଅବତରଣ କରିବାର ଭାରତର ପ୍ରଥମ ପ୍ରୟାସ ମଧ୍ୟ ହେବ । ପ୍ରଥମ ମଙ୍ଗଳ ପ୍ରୟାସରେ ସଫଳ ହୋଇଥିବା ବିଶ୍ୱର ପ୍ରଥମ ଦେଶ ହେଉଛି ଭାରତ । ଏହି ମିଶନ ଉପରେ ୭ ବର୍ଷରୁ ଅଧିକ ସମୟ ଧରି କାମ ଜାରି ରହିଥିଲା । ମଙ୍ଗଳଯାନ-୨ ମଙ୍ଗଳ ଗ୍ରହରେ ଭାରତର ପ୍ରଥମ ଅବତରଣ ଚେଷ୍ଟା କରିବ ବୋଲି ଆଶା କରାଯାଉଛି । ଏହି ମିଶନ ସଫଳ ହେବା ପରେ ଅର୍ବିଟର-ବାୟୁମଣ୍ଡଳୀୟ ଏବଂ ପୃଷ୍ଠ ଅଧ୍ୟୟନ କରିବା ସହଜ ହେବ ।ଇସ୍ରୋର ଅଧିକାରୀମାନେ କହିଛନ୍ତି , “ମଙ୍ଗଳାଯାନ-୨ କେବଳ ମଙ୍ଗଳ ଗ୍ରହକୁ ପରିକ୍ରମା କରିବା ପାଇଁ ନୁହେଁ ବରଂ ଅନ୍ୟ ଗ୍ରହରେ ଭାରତର ପ୍ରଥମ ସଫ୍ଟ ଅବତରଣକୁ ସକ୍ଷମ କରିବା ପାଇଁ ଡିଜାଇନ୍ କରାଯାଉଛି ।” ଏହି ମିଶନ ପାଇଁ ପ୍ରାରମ୍ଭିକ ଡିଜାଇନ୍ କାମ ଆରମ୍ଭ ହୋଇଛି। ଇସ୍ରୋର ଏହି ପରିକଳ୍ପନା ସଫଳ ହେଲେ, ଭାରତ ମଙ୍ଗଳ ଗ୍ରହରେ ଅବତରଣ କରିଥିବା ଦେଶମାନଙ୍କ ମଧ୍ୟରେ ସାମିଲ ହେବ। ଏପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍ ଏବଂ ପୂର୍ବତନ ସୋଭିଏତ୍ ୟୁନିଅନ୍ ଏହି ତାଲିକାରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here