ଓଡ଼ିଆ ଛାତ୍ରୀଙ୍କ ଉପରେ ହୋଇଥିବା ଗଣଦୁଷ୍କର୍ମ ଘଟଣା ପ୍ରତି ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କ ମତାମତ ନେଇ ବିପୁଳ ପ୍ରତିକ୍ରିୟା ସୃଷ୍ଟି ହୋଇଛି।ତାଙ୍କ ବୟାନକୁ ସମ୍ବେଦନହୀନ ବୋଲି ଅଭିଯୋଗ କରି ବିଜେପି ସାଂସଦ ବାଂଶୁରୀ ସ୍ବରାଜ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି, “ଜଷ୍ଟିଫାଏ କରିବା ବନ୍ଦ କର, ନ୍ୟାୟ ଦିଅ।” ବେଙ୍ଗଲ ବିରୋଧୀ ନେତା ଶୁଭେନ୍ଦୁ ଅଧିକାରୀ ମଧ୍ୟ ତୃଣମୂଳ ବିରୋଧରେ ସ୍ଲୋଗାନ ଦେଇଛନ୍ତି— “ତୃଣମୂଳ ହଟାଅ, ବେଟି ବଞ୍ଚାଅ।” ଗତବର୍ଷ ଆର୍ ଜି କର ମେଡିକାଲ୍ କଲେଜ ଆଉ ଏବେ IQ ମେଡିକାଲ କଲେଜ । ପଶ୍ଚିମବଙ୍ଗରେ ଦୁଇ ଥର ଗଣଦୁଷ୍କର୍ମର ଶିକାର ହେଲେଣି ଡାକ୍ତରୀ ଛାତ୍ରୀ । ଏଥର ବି ସମାନ ଭାବେ ଖାମଖିଆଲ, ଦାୟିତ୍ବହୀନ ଆଭିମୁଖ୍ୟ ଆପଣାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତାଙ୍କ ବୟାନକୁ ନେଇ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ବାଂଶୁରୀ ସ୍ବରାଜ । ସେ କହିଛନ୍ତି- ମହିଳାଙ୍କୁ ସର୍ବଦା ଦୋଷାରୋପ କହି ମମତା ଖସିବାକୁ ଚେଷ୍ଟା କରି ଆସିଛନ୍ତି । ଆଜି ବେଙ୍ଗଲର ମା, ମାଟି, ମନୁଷ, ଲହୁ ଲୁହାଣ କହି ମମତାଙ୍କୁ ଟାର୍ଗେଟ କରିଛନ୍ତି ବାଂଶୁରୀ । ସେହିଭଳି ମମତାଙ୍କ ମିଛ ବି ସାମ୍ନାକୁ ଆସିଛି । ଓଡ଼ିଆ ଡାକ୍ତରୀ ଛାତ୍ରୀ ରାତି ୧୨ଟାରେ ନୁହେଁ ବରଂ ରାତି ୮ଟାରେ ବାହାରକୁ ଯାଇଥିଲେ। ଯାହା ଏତଲାରେ ବି ଉଲ୍ଲେଖ ରହିଛି । ଏଇ ପ୍ରସଙ୍ଗ ଉଠାଇ ମମତାଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲାବ୍ୟ ।ଅନ୍ୟପଟେ, ମମତା ବନାର୍ଜୀଙ୍କ ବୟାନକୁ ଓଡ଼ିଶାରେ ନିନ୍ଦା କରାଯାଇଛି। ବିଜେଡି ମଧ୍ଯ ଘଟଣାକୁ ନିନ୍ଦା କରିଛି, କିନ୍ତୁ ମହିଳା ସମ୍ମାନର ନାରା ଦେଉଥିବା ବିରୋଧୀ ନେତା ନବୀନ ପଟ୍ଟନାୟକ ଓଡ଼ିଆ ଝିଅ ପାଇଁ ପଦକ୍ଷେପ ନେଇନାହାନ୍ତି। କଂଗ୍ରେସ ମଧ୍ଯ ମମତାଙ୍କ ବୟାନକୁ ନିନ୍ଦା କରିଛି।

LEAVE A REPLY

Please enter your comment!
Please enter your name here