ପୂର୍ବତନ TMC ନେତା ମମତା ବାନାର୍ଜୀଙ୍କୁ ଦେଇଛନ୍ତି ଖୋଲା ଧମକ । ଧମକ ଦେଇଛନ୍ତି TMCରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବୀର ,ସେ କହିଛନ୍ତି ମମତାଙ୍କଠାରୁ ଛଡ଼ାଇନେବି ମୁସଲିମ୍ ଭୋଟ ବ୍ୟାଙ୍କ । ଏଭଳି ମମତା ଯେଉଁ ମୁସଲିମ୍ ଭୋଟ ବ୍ୟାଙ୍କକୁ ଦୀର୍ଘ ଦିନ ଧରି ଜାବୁଡ଼ି ଧରିଛନ୍ତି, ସେହି ଭୋଟ ବ୍ୟାଙ୍କକୁ ତାଙ୍କଠାରୁ ଛଡ଼ାଇ ନେବେ ବୋଲି ଧମକ ଦେଇଛନ୍ତି ହୁମାୟୁନ୍ । ହୁମାୟୁନ୍ କବୀର ହେଉଛନ୍ତି ସେହି ବ୍ୟକ୍ତି ଯିଏ ମୁର୍ଶିଦାବାଦରେ ବାବ୍ରୀ ମସ୍ଜିଦ୍ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ହଜାର ହଜାର ମୁସଲମାନ । ମୁଣ୍ଡରେ ଇଟା ମୁଣ୍ଡାଇ ଆସିଥିଲେ ନୂଆ ବାବ୍ରୀ ମସ୍ଜିଦ୍ ତୋଳିବାକୁ, ଯାହାକୁ ନେଇ ଏବେ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇଛି ।୨୦୨୬ରେ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦେଖା ଦେବେ ବୋଲି କହିଛନ୍ତି।ସେ ନିଜର ଏକ ସ୍ବତନ୍ତ୍ର ଦଳ ତିଆରି କରି ସେ ମମତାଙ୍କ ପାଖରୁ ସବୁ ମୁସଲମାନ ଭୋଟକୁ ଛଡାଇ ନେବେ ବୋଲି ଚେତାବନୀ ଦେଇଛନ୍ତି। ପଶ୍ଚିମବଙ୍ଗରେ ବାବ୍ରି ମସଜିଦ ନିର୍ମାଣ ନେଇ ଘୋଷଣା କରିବା ପରେ ତାଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ଏବଂ ବିବାଦୀୟ ମନ୍ତବ୍ୟ ପାଇଁ ନିଲମ୍ବନ କରାଯାଇଥିଲା।ହୁମାୟୁନ୍ କବୀର ନିଜକୁ ଏଆଇଏମଆଇର ଅଧ୍ୟକ୍ଷ ହାଇଦ୍ରାବଦର ସାଂସଦ ଅସଦୁଦ୍ଦିନ୍ ଓୱେସିଙ୍କ ସହ ତୁଳନା କରିଛନ୍ତି। ସେ ଅସଦୁଦ୍ଦିନ୍ଙ୍କୁ ହାଇଦ୍ରାବର ଓୱେସି ଏବଂ ନିଜକୁ ପଞ୍ଚିମବଙ୍ଗର ଓୱେସି ବୋଲି ସମ୍ବୋଧନ କରିଛନ୍ତି। ଅସଦୁଦ୍ଦିନ୍ ଏହା ମଧ୍ୟ କହିଛନ୍ତି , ମୁଁ ଡିସେମ୍ବର ୧୦ ତାରିଖରେ କୋଲକାତା ଯିବି ଏବଂ ଏକ ଦଳୀୟ କମିଟି ଗଠନ କରିବି ଓ ଡିସେମ୍ବର ୨୨ ତାରିଖରେ ମୋର ଲକ୍ଷ ଲକ୍ଷ ସମର୍ଥକଙ୍କ ସହିତ ନୂତନ ଦଳର ଭିତ୍ତିପ୍ରସ୍ତର ସ୍ଥାପନ କରିବି।














