ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ ପକ୍ଷରୁ ମାଟ୍ରିକ୍ ମଧ୍ୟମା ପରୀକ୍ଷା ଆରମ୍ଭ ହେବ । ଏନେଇ ବୋର୍ଡ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ସକାଳ ୮ରୁ ପରୀକ୍ଷା ଆରମ୍ଭ ହୋଇ ୧୦ ଟାରେ ସରିବ । ଭୋକେସନାଲ ଟ୍ରେଡ ବ୍ୟତୀତ ସବୁ ବିଷୟରେ ୮୦ ମାର୍କ ରହିବ । ଗଣିତରେ ପିଲାଙ୍କୁ ଅଧିକ ୧୫ ମିନିଟ୍ ସମୟ ଲାଗିବ । ଚଳିତବର୍ଷ ୩ ହଜାର ୨୯ଟି କେନ୍ଦ୍ରରେ ହେବ ମାଟ୍ରିକ ପରୀକ୍ଷା । ପରୀକ୍ଷା ଦେବେ ୫ ଲକ୍ଷ ୩୩ ହଜାର ୭୧୨ ଛାତ୍ରଛାତ୍ରୀ ।

LEAVE A REPLY

Please enter your comment!
Please enter your name here