ସହିଦଙ୍କ ଅନ୍ତିମ ସଂସ୍କାରରେ ଜୋତା ପିନ୍ଧି ଅପମାନିତ ହେଲେ କେନ୍ଦ୍ରମନ୍ତ୍ରୀ. ପୁଲୱାମା ଆକ୍ରମଣ ପରେ ସେନା ପକ୍ଷରୁ ହୋଇଥିବା ଆତଙ୍କବାଦୀ ଏନକାଉଣ୍ଟର ବେଳେ ସହିଦ ହୋଇଥିଲେ ଯବାନ ଅଜୟ କୁମାର. ତାଙ୍କ ମରଶରୀର ଜନ୍ମସ୍ଥାନ ମେରଠରେ ପହଞ୍ଚିବା ପରେ ସମସ୍ତେ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ. ସହିଦଙ୍କ ଅନ୍ତିମ ଦର୍ଶନ ଓ ଶ୍ରଦ୍ଧାଞ୍ଜଳୀ ଜଣାଇବା ପାଇଁ ଉତ୍ତର ପ୍ରଦେଶର ମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ବି ସେଠାରେ ପହଞ୍ଚିଥିଲେ. ମାତ୍ର ସହିଦଙ୍କ ଅନ୍ତିମ କ୍ରିୟାରେ କେନ୍ଦ୍ରମନ୍ତ୍ରୀ ସତ୍ୟପାଲ ସିଂହ, ଉତ୍ତରପ୍ରଦେଶ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂହ ଓ ମେରଠର ବିଜେପି ବିଧାୟକ ରାଜେନ୍ଦ୍ର ଅଗ୍ରୱାଲ ଜୋତା ପିନ୍ଧି ବସିଥିବା ଦେଖାଯାଇଥିଲା. ଜୋତା ପିନ୍ଧିବା ନେଇ ଆପତ୍ତି ଉଠାଇଥିଲେ ସହିଦଙ୍କ ପରିବାର. ସର୍ବସାଧାରଣରେ ତିନି ମନ୍ତ୍ରୀଙ୍କୁ ଲଜ୍ଜା ଜନକ ପରିସ୍ଥିତି ସାମ୍ନା କରିବାକୁ ପଡିଥିଲା. ସମ୍ମାନ ଦୃଷ୍ଟିରୁ ବିଜେପି ନେତା ଓ ତିନି ମନ୍ତ୍ରୀ କ୍ଷମା ମାଗିବା ସହ ଜୋତା ଓହ୍ଲାଇଥିଲେ.














