ଆଉ ମାତ୍ର ଦିନ କେଇଟା ପରେ ଶ୍ରୀଜିଉଙ୍କ ଘୋଷଯାତ୍ରା । ରଥ ଉପରୁ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ୨ ବର୍ଷ ପରେ ବଡଦାଣ୍ଡରେ ଭକ୍ତ ଭଗବାନଙ୍କ ମିଳନ ହେବ । ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଛି । ତେବେ କରୋନା ସଙ୍କ୍ରମଣକୁ ଦୃଷ୍ଟିରେ ରଖି ବିନା ମାସ୍କରେ ରଥଯାତ୍ରା ଦେଖିବା ପାଇଁ ଚେତାଇ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟ ଏବଂ ଦେଶ ବାହାରୁୂ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ କୋଭିଡ଼ ସଂକ୍ରମଣ ଭୟ ରହିଛି । ଥଣ୍ଡା, କାଶ ଓ କୋଭିଡ଼ ଲକ୍ଷଣ ଦେଖାଦେଲେ ଘରେ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଘରେ ରହି ଟିଭିରେ ରଥଯାତ୍ରା ଦେଖିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।ରଥଯାତ୍ରରେ ସମସ୍ତ ଭକ୍ତ ଯେପରି ମାସ୍କ ପିନ୍ଧିବେ, ସେନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ୧୦ ଲକ୍ଷ ମାସ୍କ ଯୋଗାଇ ଦିଆଯିବ । ଜିଲ୍ଲା ପ୍ରଶାସନ ଭକ୍ତମାନଙ୍କୁ ଏହି ମାସ୍କ ବଣ୍ଟନ କରିବେ । ରାଜ୍ୟରେ ଧିରେ ଧିରେ ସଂକ୍ରମଣ ବଢୁଛି । ରଥଯାତ୍ରା ପାଖେଇ ଆସୁଥିବା ବେଳେ ପୁରୀରେ ପ୍ରବଳ ଜନସମାଗମ ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here