ଭୁବନେଶ୍ବର – ସାରାରାଜ୍ୟରେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ରଥଯାତ୍ରା ମହୋତ୍ସବ ପରିଚାଳନା ପାଇଁ ଓଡ଼ିଶା ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ । ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି, ରଥଯାତ୍ରା ପାଳିତ ହେଉଥିବା ଅଞ୍ଚଳରେ ରଥ ନିର୍ମାଣ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ଆଇନ ବିଭାଗ ସହାୟତା ଯୋଗାଇବ । ତେବେ ଏଣ୍ଡାମେଣ୍ଟ କମିଶନ ଅଧୀନରେ ଥିବା ଜଗନ୍ନାଥ ମନ୍ଦିରଗୁଡ଼ିକ ଏହି ଆର୍ଥିକ ସହାୟତା ପାଇଁ ଯୋଗ୍ୟ ହେବେ । ଏହି ପଦକ୍ଷେପ ରାଜ୍ୟରେ ଅତ୍ୟନ୍ତ ଧାର୍ମିକ ଏବଂ ସାଂସ୍କୃତିକ ଗୁରୁତ୍ୱ ବହନ କରୁଥିବା ମହୋତ୍ସବର ସୁଗମ ପରିଚାଳନାକୁ ସମର୍ଥନ କରିବା ପାଇଁ ଲକ୍ଷ୍ୟ ରଖିଛି ।

ମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଆର୍ଥିକ ସହାୟତା ପାଇଁ ବିଭିନ୍ନ ମନ୍ଦିରରୁ ବହୁ ସଂଖ୍ୟକ ଆବେଦନ ପୂର୍ବରୁ ପ୍ରାପ୍ତ ହୋଇଛି। “ଯେଉଁ ମନ୍ଦିରଗୁଡ଼ିକ ଏପର୍ଯ୍ୟନ୍ତ ଆବେଦନ କରିନାହାଁନ୍ତି ସେମାନଙ୍କ ବିଷୟରେ ମଧ୍ୟ ବିଚାର କରାଯିବ,”।

LEAVE A REPLY

Please enter your comment!
Please enter your name here