ଆଇସିସି ଟି-୨୦ ବିଶ୍ୱକପ୍ ସମୟରେ ଚାଲିଥିବା ଏକ ବଡ଼ ଧରଣର ଅନଲାଇନ୍ ବେଟିଂ କାରବାରର ପର୍ଦ୍ଦାଫାସ କରିଛି ରାଉରକେଲା ପୋଲିସ। ଆଇପିଏଲ ବେଳେ ବେଟିଂ ଅଭିଯୋଗରେ ୬ଜଣଙ୍କୁ ଗିରଫ କରିଛି ପୁଲିସ ଓ ସେମାନଙ୍କ ଠାରୁ ୩୦ଲକ୍ଷ ଟଙ୍କା ଜବତ କରାଯାଇଛି। ଗତକାଲି କ୍ରିକେଟ ବେଟିଂ ଅଭିଯୋଗରେ ୫ଟି ସ୍ଥାନରେ ଚଢାଉ କରିଥିଲା ପୁଲିସ। ପୁଲିସର ରାଉରକେଲା ପ୍ଲାଣ୍ଟସାଇଟ୍‌, ଉଦିତ ନଗର, ରଘୁନାଥ ପାଲି, ବ୍ରାହ୍ମଣୀ ତରଙ୍ଗ ଓ ଟାଙ୍ଗରପାଲି ଥାନା ସହିତ ବିଭିନ୍ନ ଅଞ୍ଚଳରେ ଚଢାଉ କରିଥିଲା, ଚଢାଉ ବେଳେ ପୋଲିସ ସେମାନଙ୍କ ଠାରୁ ନଗଦ ୩୦,୬୫,୦୦୦ଟଙ୍କା, ଏକ ମହିନ୍ଦ୍ରା ଥର ଗାଡ଼ି ସହ ନଅଟି ମୋବାଇଲ୍ ଫୋନ୍ ଓ ଲାପଟପ୍ ଜବତ କରିଛି। ଏନେଇ ସାମ୍ବାଦିକସମ୍ମିଳନୀ କରି ପୁରା ତଥ୍ୟ
ରଖିଛନ୍ତି ରାଉରକେଲା ଏସପି। ତଦନ୍ତକାରୀମାନେ ନିଶ୍ଚିତ କରିଛନ୍ତି ଯେ ଅଭିଯୁକ୍ତମାନେ ଅନଲାଇନ୍ ଏବଂ ଅଫ୍ଲାଇନ୍ ବେଟିଂ ପରିଚାଳନା କରୁଥିଲେ ଓ ଅଂଶଗ୍ରହଣକାରୀମାନଙ୍କୁ ଉଚ୍ଚ ଲାଭର ପ୍ରତିଶ୍ରୁତି ଦେଇ ପ୍ରଲୋଭିତ କରୁଥିଲେ। ମୁଖ୍ୟ ଅଭିଯୁକ୍ତ ରୋହିତ ଭଗତ ଓ ତାଙ୍କ ଭାଇ ପଙ୍କଜ କୁମାର ଭଗତ ଓ ସହଯୋଗୀ ସୋନୁ ରାଓ, ମୁକେଶ ସାହୁଙ୍କ ସହିତ “ସିଲଭର ଏକ୍ସଚେଞ୍ଜ” ନାମକ ଏକ ଅନଲାଇନ୍ ଗେମିଂ ଆପ୍ଲିକେସନ୍ ମାଧ୍ୟମରେ ବେଟିଂ ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here