ରାଜଧାନୀ ଭୁବନେଶ୍ୱରରେ ପାଳନ ହୋଇଛି ୧୫୦ତମ ଗାନ୍ଧୀ ଜୟନ୍ତୀ । ବିଭିନ୍ନ ବର୍ଗର ଲୋକ ଏକତ୍ର ହୋଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମର୍ତ୍ତିରେ ଫୁଲ ମାଳ ପିନେ୍ଧଇବା ସହ ଶାନ୍ତି ପଦଯାତ୍ରା କରିଥିଲେ । ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରୁ ଓଡିଶାର ୬ଟି ସହରରେ ପଲିଥିନ ବ୍ୟାନ୍ ହୋଇଛି । ଏହି ସହର ଗୁଡିକ ହେଲା ଭୁବନେଶ୍ୱର, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ମହାନଗର ନିଗମ ଓ ପୁରୀ ମ୍ୟୁନିସିପାଲିଟି । ରାଜ୍ୟସରକାରଙ୍କ ନିୟମ ଅନୁସାରେ କୌଣସି ବ୍ୟକ୍ତି ପ୍ଲାଷ୍ଟିକ୍ ବିକ୍ରି କିମ୍ବା ସଂରକ୍ଷିତ ରଖିପାରିବେ ନାହିଁ । ସେହିଭଳି ଅନ୍ୟ ତରଳ ପଦାର୍ଥ କଣ୍ଟେନର ବ୍ୟବହାର କରାଯିବନି । ଆଇନ୍ ଖିଲାପକାରୀଙ୍କୁ ୫ ବର୍ଷ ଜେଲ୍ ସହ ଲକ୍ଷେ ଟଙ୍କାର ଜରିମାନାର ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here