ଭୁବନେଶ୍ୱର ଇନକମ୍ ଟ୍ୟାକ୍ସ ଅଫିସରେ କାର୍ଯ୍ୟରତ ଜଣେ IRSଙ୍କ ବିରୋଧରେ ହୋଇଛି ଦୁଷ୍କର୍ମ ଅଭିଯୋଗ। ସତସଙ୍ଗ ବିହାର ସ୍ଥିତ ସରକାରୀ କ୍ୱାଟର୍ସରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ସହ ଭିଡିଓ ରେକର୍ଡଂ କରିଛନ୍ତି ଜଣେ IRS ଅଫିସର। ଯୁବତୀ ଜଣକ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୁଚନା ଅନୁଯାୟୀ, ଆଇଆରଏସ୍ ଅଫିସ୍ର ଜଣଙ୍କ ପରିବାର ସହିତ ସତସଙ୍ଗ ବିହାରରେ ରହୁଥିଲେ। କିଛି ଦିନ ତଳେ ତାଙ୍କ ଭଉଣୀ ଏବଂ ଜଣେ ଯୁବତୀ ଘରକୁ ଆସିଥିଲେ। ତେବେ ସ୍ତ୍ରୀ ଏବଂ ଭଉଣୀ କୌଣସି କାମରେ ବାହାରକୁ ଯାଇଥିବା ବେଳେ ସେ ବେଡରୁମକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରିକି କାହାକୁ କହିଲେ କିମ୍ବା ଥାନାରେ ଏତଲା ଦେଲେ କରିଥିବା ଅଶ୍ଲିଳ ଭିଡିଓ ଭାଇରାଲ କରିବାକୁ ମଧ୍ୟ ଧମକ ଦେଇଥିଲେ। ଫେବୃଆରୀ ୧୯ ତାରିଖରେ ପୀଡିତା ସହୀଦନଗର ଥାନାରେ ଅଭିଯୋଗ ଆଣିଥିଲେ । କମିଶନରେଟ ପୋଲିସ ଘଟଣାର ତଦନ୍ତ କରୁଅଛି।














