୨୦୧୩ ବ୍ୟାଚର ଅଫିସର ଯଶୋବନ୍ତ ଆଚାର୍ୟ ଜଣେ ମହିଳା ସବ-ଇନ୍ସପେକ୍ଟରଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ଗିରଫ କରିଛି । ଏହି ଘଟଣା ରାଜଧାନୀରେ ହଇଚଇ ସୃଷ୍ଟି କରିଛି । ନ୍ୟାୟ ଦେବାକୁ ଶପଥ ନେଇଥିବା ଏକ ପୋଲିସ ଅଧିକାରୀଙ୍କ ଏହି କାଣ୍ଡ ଓଡ଼ିଶା ପୋଲିସର ମର୍ଯ୍ୟାଦାକୁ ଆଘାତ କରିଛି । ସବଇନ୍ସପେକ୍ଟରଙ୍କୁ ଦୁଷ୍କର୍ମ ଅଭିଯୋଗରେ ବାନ୍ଧିଛି ପୁଲିସ । ଏହି ଅଫିସରଙ୍କ ଯୋଗୁ ଓଡ଼ିଶା ପୁଲିସ ବଦନାମ ହୋଇଛି । ଏଥିରେ ଦୁଷ୍କର୍ମର କଥା ଉଲ୍ଲେଖ ଥିଲେ ବି ମହିଳା ଥାନା ଦୁଷ୍କର୍ମ ମାମଲା ରୁଜୁ କରୁନଥିବା ଅଭିଯୋଗ କରିଛନ୍ତି ମହିଳା ସବଇନ୍ସପ୍ଟେକର । ଅଭିଯୋଗ ଅନୁସାରେ, ମହିଳାଙ୍କ ସହ ଦୀର୍ଘ ୮ ବର୍ଷ ଧରି ସମ୍ପର୍କରେ ଥିଲେ । ବିବାହ ପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲେ । ହେଲେ ଗର୍ଭବତୀ କଥା ଜାଣିବା ପରେ ଗର୍ଭ ନଷ୍ଟ କରିବାକୁ ବାଧ୍ୟ କରିଥିଲେ । ଯଶୋବନ୍ତ ପାରଳାଖେମୁଣ୍ଡିରେ ଥ୍ରୀ-ଏସଏସ ବାଟାଲିୟନ ଆର୍ମ୍ସରେ ଏସଆଇ ଭାବେ କାମ କରୁଥିଲେ । ପରେ ଭୁବନେଶ୍ବରରେ ପୋଷ୍ଟିଂ ପାଇବା ପରେ ମଧ୍ୟ ମହିଳାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ । ତେବେ ପୀଡ଼ିତା ଜଣକ ମହିଳା ଥାନାରେ ଅଭିଯୋଗ ପରେ ଯଶୋବନ୍ତଙ୍କୁ ଗିରଫ କରିଛି ପୁଲିସ ।

LEAVE A REPLY

Please enter your comment!
Please enter your name here