ରାଜରାସ୍ତାକୁ ଓହ୍ଲାଇଛି ଓଡିଶା ରାଜ୍ୟ ସ୍ୱଳ୍ପବେତନଭୋଗୀ କର୍ମଚାରୀ ମିଳିତ ମଞ୍ଚ. ରାଜ୍ୟରେ ଥିବା 60 ହଜାର ଗ୍ରୁପ-‘ଡି’ କର୍ମଚାରୀଙ୍କ ସମସ୍ୟା ଓ ଦାବି ଉପରେ ସରକାର ଦୃଷ୍ଟି ଦେବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି. ରାଜ୍ୟର ଜନସଂଖ୍ୟା ଓ ନୀତି ଆୟୋଗର ନିଯୁକ୍ତି ବ୍ୟବସ୍ଥା ଅନୁଯାୟୀ ଗ୍ରୁପ ‘ଡି’ ନିଯୁକ୍ତି କ୍ଷେତ୍ରରେ ବନ୍ଦ ହୋଇଥିବା ନିଯୁକ୍ତି ବ୍ୟବସ୍ଥାକୁ ପୁନଃ ପ୍ରଚଳନ କରିବା, ଷଷ୍ଠ ବେତନରେ ଥିବା ତ୍ରୁଟିକୁ ସଂଶୋଧନ କରି ମୂଳ ଦରମା 18 ହଜାର ଟଙ୍କା ଘୋଷଣା କରାଯିବା ଓ ବକେୟା ପ୍ରାପ୍ୟ ପ୍ରଦାନ କରାଯିବା, ସମାନ କାମକୁ ସମାନ ଦରମା ପ୍ରଦାନ କରିବା ଓ ଗ୍ରୁପ ‘ଡି’ କର୍ମଚାରୀଙ୍କ ଅବସର ବୟସ ସୀମା 60 ବର୍ଷ ପରିବର୍ତ୍ତେ 62 ବର୍ଷକୁ ବୃଦ୍ଧି କରିବା ପାଇଁ ସଂଘ ନିବେଦନ କରିଛି.