ଚାଲିଛି ରାଜ୍ୟସଭା ନିର୍ବାଚନ ମତଦାନ। କଂଗ୍ରେସର ତିନି ଜଣ ବିଧାୟକ କ୍ରସଭୋଟିଂ କରିବାର ଅଭିଯୋଗ ହେଉଛି। କଂଗ୍ରେସର ତିନି ବିଧାୟକ ସୋଫିଆ ଫିର୍ଦ୍ଦୋଶ, ଦାଶରଥି ଗମାଙ୍ଗ ଓ ରମେଶ ଜେନା କ୍ରସ ଭୋଟିଂ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସର ଏଜେଣ୍ଟ ଭକ୍ତ ଚରଣ ଦାସ। ଏହି ଦୁଇ ବିଧାୟକ ଦଳୀୟ ହୁଇପ ନ ମାନି ଅନ୍ୟତ୍ର ଭୋଟ ଦେଇଛନ୍ତି। କଂଗ୍ରେସର ବିଧାୟକ ଦାଶରଥି ଗମାଙ୍ଗ ଓ ରମେଶ ଜେନା କ୍ରସ ଭୋଟିଂ କରିଛନ୍ତି ଏବଂ ଆଉଜଣେ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ବିଜେପିକୁ ଭୋଟ ଦେବା ନେଇ ଚର୍ଚ୍ଚା ହେଉଛି। ଅରବିନ୍ଦ ବିଜେଡି ଏଜେଣ୍ଟକୁ ଦେଖେିଇ ନାହାନ୍ତି ନିଜ ଭୋଟ । ବିଜେପି ଏଜେଣ୍ଟଙ୍କୁ ଦେଖେଇଲେ ବୋଲି ଆସୁଛି ସୂଚନା। ରାଜ୍ୟସଭା ନିର୍ବାଚନ ନେଇ ମୁଁହ ଖୋଲିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସେ କହିଛନ୍ତି, “ମୁଁ ପ୍ରଥମରୁ କହିଛି ଚତୁର୍ଥ ସିଟ୍ ଆମେ ଜିତିବୁ। ଏଥିରେ କିଛି ସନ୍ଦେହ ଅଛି କି”? ଆଜି ସମସ୍ତେ ଆସିଥିଲେ, ଆଲୋଚନା ହୋଇଛି, ଭୋଟ ଦେବାକୁ ଯାଉଛନ୍ତି, ଅପେକ୍ଷା କରନ୍ତୁ। ସନାତନ ମହାକୁଡ ଯାହାକୁ ବି ଭୋଟ ଦେଇଥିବେ ସେ ତାଙ୍କ ବିବେକ ଅନୁଯାୟୀ ଦେଇଥିବେ। ସମସ୍ତେ ବିବେକାନୁମୋଦିତ ଭୋଟ୍‌ ଦେବେ। କାମଳ ରୋଗୀଙ୍କୁ ସବୁ ହଳଦିଆ ଦିଶେ। ନବୀନ ବାବୁଙ୍କୁ ସେଥିପାଇଁ ସବୁ ହଳଦିଆ ଦିଶୁଛି। ୬ଟା ଯାଏଁ ଅପେକ୍ଷା କରନ୍ତୁ ଦେଖିବେ ରେଜଲ୍ଟ ବୋଲି କହିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର”।ନିଲମ୍ବିତ ବିଜେଡି ବିଧାୟକ ସନାତନ ମହାକୁଡ଼ ରାଜ୍ୟସଭା ଆସନ ପାଇଁ ଭୋଟ ଦେଇଛନ୍ତି ଓ କହିଛନ୍ତି ,”ରାଜ୍ୟରେ ସ୍ବାର୍ଥ ପାଇଁ ଯିଏ କାମ କରିବ ତାଙ୍କୁ ଭୋଟ୍ ଦେଇଛି । ସସ୍ପେଣ୍ଡ୍ ଲୋକକୁ ହ୍ବିପ ଜାରି କରିବାର କୌଣସି ନିୟମ ନାହିଁ । କାଲି ପର୍ଯ୍ୟନ୍ତ ବିଜେଡିର କିଏ ବି ମୋ ସହ ଯୋଗାଯୋଗ କରି ନାହାନ୍ତି । ମୋତେ ଆମ ପ୍ରାର୍ଥୀ କିଏ, କାହାକୁ ଭୋଟ ଦେବାକୁ ହେବ କହି ନାହାନ୍ତି।”

LEAVE A REPLY

Please enter your comment!
Please enter your name here