ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଆଦିବାସୀ ସମ୍ପ୍ରଦାୟ ପାଇଁ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗରେ ପହଞ୍ଚିଥିଲେ କିନ୍ତୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ପହଞ୍ଚି ନଥିଲେ, ଯାହା ଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିଏମସି ସରକାରଙ୍କୁ ସମାଲୋଚନା କରିଛନ୍ତି। ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବଙ୍ଗଳାରେ ଟିଏମସି ସରକାର ସମସ୍ତ ସୀମା ଅତିକ୍ରମ କରିଛି। ପଶ୍ଚିମବଙ୍ଗରେ ଟିଏମସି ସରକାର ସମସ୍ତ ସୀମା ଅତିକ୍ରମ କରିଛି। ରାଷ୍ଟ୍ରପତିଙ୍କ ପ୍ରତି ଏହି ଅପମାନ ପାଇଁ ସେମାନଙ୍କର ପ୍ରଶାସନ ଦାୟୀ ଅଟେ। ପ୍ରଥମେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଏକ ଭିନ୍ନ ସ୍ଥାନ ପାଇଁ ସ୍ଥିର କରାଯାଇଥିଲା, କିନ୍ତୁ ପ୍ରଶାସନ ଶେଷ ମୁହୂର୍ତ୍ତରେ ସ୍ଥାନ ପରିବର୍ତ୍ତନ କରିଥିଲା, ଯାହା ଉପରେ ରାଷ୍ଟ୍ରପତି ଅସନ୍ତୋଷ ପ୍ରକାଶ କରିଥିଲେ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ସମ୍ମିଳନୀ ପୂର୍ବରୁ ନିର୍ଦ୍ଧାରିତ ସ୍ଥାନରେ ଅନୁଷ୍ଠିତ ହୋଇଥିଲେ ଭଲ ହୋଇଥାନ୍ତା, କାରଣ ଏହା ବଡ଼ ଥିଲା ଏବଂ ଅଧିକ ଲୋକଙ୍କୁ ଯୋଗଦେବାକୁ ସୁଯୋଗ ଦେଇଥାନ୍ତା।ଏହା ସମାନ ଭାବରେ ଦୁର୍ଭାଗ୍ୟଜନକ ଯେ ପଶ୍ଚିମବଙ୍ଗ ସରକାର ସାନ୍ତାଳ ସଂସ୍କୃତି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏତେ ସହଜରେ ବ୍ୟବହାର କରୁଛନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ରାଜନୀତିଠାରୁ ଉର୍ଦ୍ଧ୍ଵରେ ଏବଂ ଏହି ପଦବୀର ମର୍ଯ୍ୟାଦା ସର୍ବଦା ସମ୍ମାନ କରାଯିବା ଉଚିତ । କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ ପଶ୍ଚିମବଙ୍ଗର ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଆଜି ସନ୍ଧ୍ୟା ସୁଦ୍ଧା ପୂରା ମାମଲାରେ ରିପୋର୍ଟ ତଲବ କରିଛନ୍ତି । ଏହି ପ୍ରସଙ୍ଗକୁ ନେଇ ପଶ୍ଚିମବଙ୍ଗରେ ଏକ ବଡ ରାଜନୈତିକ ବିବାଦ ଦେଖା ଦେଇଛି। ଏହାକୁ ନେଇ କେନ୍ଦ୍ର ଓ ଟିଏମସି ସରକାର ମୁହାଁମୁହିଁ ସ୍ଥିତିରେ ଅଛନ୍ତି ।ଗୃହ ମନ୍ତ୍ରଣାଳୟର ମୁଖ୍ୟ ସଚିବ ସ୍ପଷ୍ଟୀକରଣ ମାଗିଛନ୍ତି । ରାଷ୍ଟ୍ରପତିଙ୍କ ଆଗମନ ସମୟରେ ତାଙ୍କର ସ୍ୱାଗତ ପାଇଁ ନିର୍ଦ୍ଧାରିତ ପ୍ରୋଟୋକଲର ପାଳନ କାହିଁକି କରାଗଲା ନାହିଁ ?ଶନିବାର ରାଷ୍ଟ୍ରପତିଙ୍କ ଦ୍ୱାରା ଦାର୍ଜିଲିଂ ଜିଲ୍ଲାରେ ସାର୍ବଜନୀନ ଭାବେ ଅସନ୍ତୋଷ ବ୍ୟକ୍ତ ପରେ କେନ୍ଦ୍ର ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ? ଦାର୍ଜିଲିଂ ଜିଲ୍ଲାରେ ଆୟୋଜିତ ଅନ୍ତର୍ଜାତୀୟ ସାନ୍ଥାଳି ସମ୍ମିଳନୀର ସ୍ଥାନ ଅନ୍ତିମ ସମୟରେ କାହିଁକି ପରିବର୍ତ୍ତନ କରାଗଲା ? କାର୍ଯ୍ୟକ୍ରମ ସମୟରେ ସୁରକ୍ଷା ଓ ଅନ୍ୟ ପ୍ରଶାସନିକ ବ୍ୟବସ୍ଥାରେ ଏତେ ତ୍ରୁଟି କାହିଁକି ହେଲା ।













