ସାଧରଣ ନିର୍ବାଚନ ପାଇଁ ଏବେ ରାଜନୀତିରେ ଉଷ୍ମତା ଜୋର ଧରିଲାଣି. ଏହି ପରିପ୍ରେକ୍ଷୀରେ ରାୟଗଡ ଜିଲ୍ଲାରେ କଂଗ୍ରେସ ଦଳ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କରିଛି. କଂଗ୍ରେସ କମିଟି ଓ ଏଆଇସିସିଙ୍କ ଦ୍ୱାରା ପ୍ରାର୍ଥୀ ଚୟନ କରାଯାଇଛି. ତେବେ ଏହାପୂର୍ବରୁ କଂଗ୍ରେସ କହିଛି ଯେ, ଯଦି କଂଗ୍ରେସ ସରକାରକୁ ଆସେ, ତେବେ ଓଡିଶାରେ ଗରିବଙ୍କ ସଂଖ୍ୟା ଦୂର ହେବ ଏବଂ ସେମାନଙ୍କ ପାଇଁ ନ୍ୟାୟ ବା ନ୍ୟୂନତମ ଯୋଜନାର ଶୁଭାରମ୍ଭ କରାଯିବ. ଫଳରେ 20 ପ୍ରତିଶତ ଲୋକେ ବାର୍ଷିକ 72 ହଜାର ଟଙ୍କା ପାଇପାରିବେ. ଏ ନେଇ ଡିସିସି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି. ଚଳିତ ନିର୍ବାଚନରେ ଟିକଟ ପାଇନଥିବା ପୂର୍ବତନ ବିଧାୟକ ପ୍ରାର୍ଥୀ ମକରନ୍ଦ ମୁଦୁଲିଙ୍କୁ ଦଳକୁ ବହିଷ୍କାର କରିବା ପାଇଁ ପିସିସିଙ୍କୁ ଚିଠି ଲେଖାଯାଇଛି ବୋଲି ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୁର୍ଗାପ୍ରସାଦ ପଣ୍ଡା ସୂଚନା ଦେଇଛନ୍ତି. ମକରନ୍ଦଙ୍କୁ ଦଳ ବିରୋଧୀ ମନ୍ତବ୍ୟ ପାଇଁ ଦଳରୁ ବହିଷ୍କାର କରାଯାଇଥିବା ବେଳେ ଅନ୍ୟପଟେ ସମାନ କଥା ପାଇଁ ଜିଲ୍ଲା ପରିଷଦ ସଭ୍ୟା ଅମ୍ବିକା ମାଝି, ଜୋସେଫ ଭାତ୍ରା ଓ ସାନ୍ଧୁ ମାଝିଙ୍କୁ ମଧ୍ୟ ଦଳରୁ ବହିଷ୍କାର କରିବା ପାଇଁ ପିସିସିଙ୍କୁ ନିବେଦନ କରାଯାଇଛି. ଅନ୍ୟପଟେ ଗୁରୁବାର ବିଜେଡିର ପ୍ରାୟ 15ରୁ ଉର୍ଦ୍ଧ୍ୱ କର୍ମୀ କଂଗ୍ରେସରେ ଯୋଗ ଦେଇଛନ୍ତି.

LEAVE A REPLY

Please enter your comment!
Please enter your name here