ରନ୍ଧନ ଗ୍ୟାସ ମୂଲ୍ୟ ପୁଣି ବଢ଼ିଛି । ସବସିଡ଼ ସିଲିଣ୍ଡରର ମୂଲ୍ୟ ୨.୯୪ ଟଙ୍କା ବଢ଼ିଛି। ଟିକସରେ କେତେକ ପରିବର୍ତ୍ତନ ଯୋଗୁ ନଭେମ୍ବର ୧ ତାରିଖଠାରୁ ୧୪.୨ କିଗ୍ରା ବିଶିଷ୍ଟ ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇ ୫୦୫.୩୪ ଟଙ୍କା ହେବ । ପୂର୍ବରୁ ଏହାର ମୂଲ୍ୟ ୫୦୨.୪୦ ଟଙ୍କା ଥିଲା । ଏହି ନୂତନ ମୂଲ୍ୟ ବୃଦ୍ଧି ଯୋଗୁ ଅଣ ସବସିଡ଼ ସିଲିଣ୍ଡର ମୂଲ୍ୟ ୬୦ ଟଙ୍କା ବଢ଼ି ୮୮୦ ଟଙ୍କା ହୋଇଛି । ଫଳରେ ଏଣିକି ସବସିଡ଼ ସିଲିଣ୍ଡର ପିଛା ଗ୍ରାହକଙ୍କ ସଞ୍ଚୟ ଖାତାରେ ୩୭୬.୬୦ ଟଙ୍କା ପରିବର୍ତ୍ତେ ୪୩୩.୬୬ ଟଙ୍କା ଜମା ହେବ ।

LEAVE A REPLY

Please enter your comment!
Please enter your name here