ଭିଜିଲାନ୍ସ ଜାଲରେ ପଡ଼ିଲେ RI। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ତହସିଲ ଅନ୍ତର୍ଗତ କୋରଡ଼ାଗଡର RI ପ୍ରଦ୍ୟୁମ୍ନ କୁମାର ବେହେରା ଏକ ପଟ୍ଟାକୁ ସଂଶୋଧନ କରାଇଦେବା ପାଇଁ ଶୁକ୍ରବାର ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଆଜି ରାଜନଗର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସେ ଲାଞ୍ଚ ନେବାବେଳେ ସେ ଧରାପଡ଼ିଛନ୍ତି । ଅଭିଯୋଗ ଅନୁଯାୟୀ, ଉତ୍ତରାଧିକାର ଅପଡେସନ୍ ସମ୍ବନ୍ଧୀୟ ଏକ ମ୍ୟୁଟେସନ୍ ମାମଲାରେ ଏକ ରିପୋର୍ଟ ଦାଖଲ କରିବା ପାଇଁ ପ୍ରଦ୍ୟୁମ୍ନ ବେହେରା ଲାଞ୍ଚ ଦାବି କରିଥିଲେ। ଏନେଇ ଜମି ମାଲିକ ଜଣକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ପୂର୍ବ ଯୋଜନା ମୁତାବକ ଆଜି ଟଙ୍କା ଦେଉଥିବା ବେଳେଭିଜିଲାନ୍ସ ଟିମ୍ ପ୍ରଦ୍ୟୁମ୍ନଙ୍କ ନିକଟରୁ ୫,୦୦୦ ଟଙ୍କା ଜବତ କରିଛି ଓ ତାଙ୍କର ଦୁଇଟି ସ୍ଥାନରେ ଏକକାଳୀନ ତଲାସୀ କରିଛି ।














