ଆଗକୁ ଅଛି ନିର୍ବାଚନ. ଏହାରୁ ନେଇ ରାଜନୀତି ସରଗରମ ଥିବା ବେଳେ ମାଓ ଅଞ୍ଚଳରେ ମାଓବାଦୀ ଭୋଟ ବର୍ଜନ ପାଇଁ ବାରମ୍ବାର ଚେତାବନୀ ଦେଉଛନ୍ତି. ବିଭିନ୍ନ ପୋଷ୍ଟର ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଲାଲବାହିନୀ ଏହି ଧମକ ଦେଉଛନ୍ତି. ଏହାକୁ ନେଇ ମାଲକାନଗିରି କାଲିମେଳା ବସ ଷ୍ଟାଣ୍ଡରେ ପୁଣି ଦେଖିବାକୁ ମିଳିଛି ମାଓ ପୋଷ୍ଟର. କାଲିମେଲା ଆଞ୍ଚଳିକ କମିଟି ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି. ଲୋକସଭା ନିର୍ବାଚନ ବର୍ଜନ କରିବା ସହ ମୋଦି ଓ ନବୀନଙ୍କ ଶାସନକୁ ଧ୍ୱଂସ କରାଯାଉ ବୋଲି ଉକ୍ତ ପୋଷ୍ଟରରେ ଉଲ୍ଲେଖ ରହିଛି.

 

LEAVE A REPLY

Please enter your comment!
Please enter your name here