ଗୁଜୁରାଟର ପ୍ରସିଦ୍ଧ ଶୈବପୀଠ ସୋମନାଥ ମନ୍ଦିର ଲୁଣ୍ଠନଙ୍କୁ ୧୦୦୦ ବର୍ଷ ପୂର୍ତ୍ତି ହୋଇଛି। ଏହି ଅବସରରେ ରାଜ୍ୟ ବିଜେପି ପକ୍ଷରୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ୧୦୦୦ ଦୀପ ପ୍ରଜ୍ଵଳନ କରାଯାଇଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ , ସମୀର ମହାନ୍ତି, ଏକାମ୍ର ବିଧାୟକ ବାବୁ ସିଂଙ୍କ ସମେତ ବହୁ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହା ଉଲ୍ଲେଖ ଯୋଗ୍ୟ, ୧୦୨୬ ଖ୍ରୀଷ୍ଟାବ୍ଦରେ ମହମୁଦ ଗଜନୀଙ୍କ ସୋମନାଥ ମନ୍ଦିର ଆକ୍ରମଣର ୧୦୦୦ତମ ବାର୍ଷିକୀକୁ ସ୍ମରଣ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୧୦ ଓ ୧୧ ତାରିଖରେ ଗୁଜରାଟର ସୋମନାଥ ମନ୍ଦିର ଗସ୍ତ କରିବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସୋମନାଥ ମନ୍ଦିର ରକ୍ଷା ପାଇଁ ପ୍ରାଣବଳି ଦେଇଥିବା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ନିମନ୍ତେ ଆୟୋଜିତ ଏକ ଆନୁଷ୍ଠାନିକ ଶୋଭାଯାତ୍ରା ଶୌର୍ଯ୍ୟ ଯାତ୍ରାରେ ଅଂଶଗ୍ରହଣ କରିବେ। ଶୌର୍ଯ୍ୟ ଯାତ୍ରାରେ ୧୦୮ଟି ଘୋଡାର ଏକ ପ୍ରତୀକାତ୍ମକ ଶୋଭାଯାତ୍ରା ହେବ, ଯାହା ବୀରତ୍ୱ ଏବଂ ବଳିଦାନକୁ ପ୍ରତିଫଳିତ କରେ ଏବଂ ପରେ ପ୍ରଧାନମନ୍ତ୍ରୀ ସୋମନାଥ ମନ୍ଦିରରେ ଦର୍ଶନ ଏବଂ ପୂଜା କରିବେ ।ସୋମନାଥରେ ଅନୁଷ୍ଠିତ ଏହି ଉତ୍ସବ, ମନ୍ଦିର ସୁରକ୍ଷା ପାଇଁ ନିଜ ଜୀବନ ବଳିଦାନ ଦେଇଥିବା ଅଗଣିତ ନାଗରିକଙ୍କୁ ମନେ ପକାଇଥାଏ ଏବଂ ଏହା ଆଗାମୀ ପିଢ଼ିର ସାଂସ୍କୃତିକ ଚେତନାକୁ ପ୍ରେରଣା ଦେଇ ଚାଲିବ।ଜାନୁଆରୀ ୮ ତାରିଖରେ ଆରମ୍ଭ ହୋଇଥିବା ସୋମନାଥ ସ୍ୱାଭିମାନ ପର୍ବ ଜାନୁଆରୀ ୧୧, ୨୦୨୬ ପର୍ଯ୍ୟନ୍ତ ଜାରି ରହିବ ।

LEAVE A REPLY

Please enter your comment!
Please enter your name here