ଶୁଖୁନି ବିଧବା ମା’ ଆଖିର ଲୁହ । ବାହୁନି ବାହୁନି କାନ୍ଦୁଛି ମା’ । ଆଉ ଖୋଜୁଛି ତା’ର ଏକମାତ୍ର ସାହାରା ପୁଅକୁ । ଘଟଣାର ଯାଞ୍ଚ ସହ ପରିବାରକୁ ଥଇଥାନ କରିବାକୁ ଦାବି କରୁଛି ମା’ । ସେପଟେ ସ୍ତ୍ରୀ କୋଳରେ ୮ ମାସର ଶିଶୁ । ଏପରି ଦୁଃଖଦ ଓ ଅତି ହୃଦୟ ବିଦାରକ ଘଟଣା ସମସ୍ତଙ୍କ ମନରେ ଦୁଃଖ ଆଣିଦେଇଛି । କଥାରେ ଅଛି ମରଣ କେମିତି, କେଉଁଠି ଆଉ କିପରି ଆସେ ତାହା କେହି ଜାଣନ୍ତିନି, ଯାହା ଆଜି ପ୍ରମାଣ ହୋଇଛି ପଞ୍ଜାବର ଅମୃତସରବାସୀଙ୍କ ସହ. ସତରେ କ’ଣ ମୃତ୍ୟୁ ଏମିତି ବି ଆସିପାରେ ? ସବୁଆଡେ ଦଶହରା ମାହୋଲ ଥିବା ବେଳେ ଅମୃତସରବାସୀ ମଧ୍ୟ ଏହାକୁ ବେଶ୍ ଆନନ୍ଦର ସହ ଉପଭୋଗ କରୁଥିଲେ. ଆଉ ରାବଣପୋଡି ଉତ୍ସବ ଦେଖିବାକୁ ଯାଇଥିଲେ . କିଏ ନିଜ ପିଲାକୁ ନେଇ ଆସିଥିଲା ତ କିଏ ନିଜ ବାପାମାଆଙ୍କୁ ନେଇ ଦେଖିବାକୁ ଆସିଥିଲେ । ଆଉ ଏହାରି ମଧ୍ୟରେ କେହିକିଛି ଭାବିବା ଆଗରୁ ମାଡି ଆସିଥିଲା କାଳରୂପି ଯମ ସାଜି ଟ୍ରେନ୍ । ଆଖି ପିଛୁଳାକେ ନେଇଗଲା ୬୧ଜୀବନ ।
ସବୁଠାରୁ ବଡ଼ କଥା ହେଲା ଏହି ରେଳ ଦୁର୍ଘଟଣାରେ ରାବଣର ବି ମୃତ୍ୟୁ ହୋଇଛି । ମୃତ୍ୟୁ ହୋଇଥିବା ରାବଣ କୌଣସି ସତ ରାବଣ ନୁହଁନ୍ତି, ବରଂ ସେ ହେଉଛନ୍ତି ରାମଲୀଳାରେ ରାବଣ ଭୂମିକାରେ ଅଭିନୟ କରୁଥିବା ଦଲବୀର ସିଂହ । ପ୍ରତିବର୍ଷ ରାବଣ ଭୂମିକାରେ ଅଭିନୟ କରିଥିବା ଅମୃତସରର ଦଲବୀର ସିଂ ମଧ୍ୟ ନିଜ ଅଭିନୟ ପାଇଁ ସାଉଁଟିଥିଲେ ଅଜସ୍ର ପ୍ରଶଂସା । ତେବେ ଅଭିନୟ ସାରି ସେ ଷ୍ଟେଜ୍‌ ତଳକୁ ଓହ୍ଲାଇ ଆସିଥିଲେ । ଏହାପରେ ତାଙ୍କୁ ସମ୍ମାନିତ କରାଯାଇଥାଆନ୍ତା । ସମ୍ମାନିତ ଆଗରୁ ସବୁ ହୋଇଗଲା ଓଲଟ ପାଲଟ । ଲୌହ ଦାନବର ଗ୍ରାସରେ ଜୀବନ ହାରିଲେ ଦଲବୀର । ରାବଣ ଭୂମିକାରେ ଅଭିନୟ ଜୀବନର ଶେଷ ଅଭିନୟ ପାଲଟିଲା । ଶେଷରେ ସେ ଛାଡିଯାଇଛନ୍ତି ନିଜର ବିଧବା ମା, ସ୍ତ୍ରୀ ଆଉ ୮ ମାସର ପୁଅକୁ.

LEAVE A REPLY

Please enter your comment!
Please enter your name here